Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ‘ମିଡ଼ିଆପାର୍ଟ’ର ଖବରକୁ ନେଇ ଜୋର ଧରିଲା ବିଜେପି-କଂଗ୍ରେସ ଲଢେ଼ଇ

    Share on :
    ajab-Image
    Date: Apr 6, 2021    Views: 3886

    ନୂଆଦିଲ୍ଲୀ : ଫ୍ରାନ୍ସର ବିମାନ ନିର୍ମାତା ଡାସଲ୍ଟ କମ୍ପାନୀ ଭାରତକୁ ନିଜର ଲଢ଼ୁଆ ରାଫେଲ ବିମାନ ବିକି୍ର ପାଇଁ ଭାରତୀୟ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ ଦେଇଥିବା ଏକ ରିପୋର୍ଟ ପ୍ରକାଶ ପାଇଛି । ଭାରତ-ଫ୍ରାନ୍ସ ମଧ୍ୟରେ ୨୦୧୬ ମସିହାରେ ୩୬ଟି ରାଫେଲ ବିମାନ ପାଇଁ ପ୍ରାୟ ୫୮ ହଜାର କୋଟି ଟଙ୍କାର ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ପରେ କମ୍ପାନୀ ଉକ୍ତ ଲାଞ୍ଚ କାରବାର କରିଛି ବୋଲି ଦେଶର ଦୁର୍ନୀତି ନିବାରଣ ସଂସ୍ଥାର ତଦନ୍ତ ଭିତ୍ତିରେ ଫ୍ରାନ୍ସର ଅନଲାଇନ ଜର୍ଣ୍ଣାଲ ‘ମିଡିଆପାର୍ଟ’ ରେ ପ୍ରକାଶିତ ହୋଇଛି । ଅପରପକ୍ଷେ, ରାଫେଲ ବିମାନର ୫୦ଟି ପ୍ରତିକୃତି ବା ମଡେଲ ନିର୍ମାଣ ପାଇଁ ଏହି କାରବାର ହୋଇଛି ବୋଲି ଡାସଲ୍ଟ କମ୍ପାନୀ ସଫେଇ ଦେଇଛି । ଏଏଫଏକୁ ବାସଲ୍ଟ ଏଭିଏସନ କହିଥିଲା ଯେ, ଏକ ଭାରତୀୟ କମ୍ପାନୀକୁ ଏହି ମଡେଲ ନିର୍ମାଣ ଦିଆଯାଇଥିଲା । ପ୍ରତ୍ୟେକ ମେଡଲ ପାଇଁ ୨୦ ହଜାର ୟୁରୋ (ପାଖାପାଖି ୧୭ ଲକ୍ଷ ଟଙ୍କା) ହିସାବରେ ଅର୍ଥ ପଇଠ କରାଯାଇଛି । ତେବେ ଏସବୁ ମଡେଲ ଡାସଲ୍ଟ ଅଡିଟରମାନଙ୍କୁ ଦେଇପାରିନଥିଲା । ମିଡିଆପାର୍ଟ ପକ୍ଷରୁ କୁହାଯାଇଛି ଏହି ଯେଉଁ ମଡେଲ ନିର୍ମାଣ କଥା କୁହାଯାଇଛି ତାହା ଭାରତର ଡେଫସିନ ସଲୁ୍ୟସନ୍ସକୁ ଦିଆଯାଇଥିଲା । ଡେଫସିକ ସଲୁ୍ୟସନ୍ସ ଭାରତରେ ଡାସଲ୍ଟ ଏଭିଏସନର ସବ କଣ୍ଟାକ୍ଟର କମ୍ପାନୀ ଭାବେ କାମ କରିଥାଏ । ଡେଫସିକ ସଲୁ୍ୟସନ୍ସ ସୁସେନ ଗୁପ୍ତାଙ୍କ ଦ୍ୱାରା ପରିଚାଳିତ ହେଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook