Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କଲା ଯୁବୋଦୟ

    Share on :
    ajab-Image
    Date: Jun 2, 2020    Views: 2374

    । କେନ୍ଦ୍ରାପଡ଼ା : ଜିଲ୍ଲାର ଅଗ୍ରଣୀ ଯୁବ ସାମାଜିକ ସଂଗଠନ ଯୁବୋଦୟ ତରଫରୁ ବୈଶ୍ବିକ ମହାମାରୀ କୋରନା ସମୟରେ କେନ୍ଦ୍ରାପଡ଼ା । ଏହିଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଦେଶସାରା ପୁଲିସ ଓ ଡାକ୍ତର ତଥା ମେଡିକାଲ କର୍ମଚାରୀଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଏକ ସମ୍ବେଦନଶୀଳତା ତଥା ଜନ ଜାଗରଣ ସୃଷ୍ଟି ହୋଇଥିବା ବେଳେ ନିଜ ଜୀବନକୁ ବାଜି ଲଗେଇ ପରିବେଶକୁ ସଫା ରଖୁଥିବା ସଫେଇ କର୍ମଚାରୀଙ୍କୁ ଆଜି କେନ୍ଦ୍ରାପଡ଼ା ମୁନ୍ସୀପାଲଟି ଅଫିସ ରେ ଉପଢୌକନ ଓ ମାନପତ୍ର ଫୁଲ ଦେଇ ୟୁବୋଦୟର କାର୍ଯ୍ୟକର୍ତାମାନେ ସମ୍ବର୍ଦ୍ଧିତ କରିଥିଲେ। ସେହିଭଳି ନିଜ ଜୀବନଙ୍କୁ ବାଜି ଲଗାଇ ଲୋକମାନଙ୍କ ଅହରହ ସେବା କରୁଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ସମାଜସେବୀ ମାନଙ୍କୁ କେନ୍ଦ୍ରାପଡା ବ୍ଲକ ରେ ସମ୍ବର୍ଦ୍ଧିତ କରାଯାଇଛି।ସେମାନଙ୍କ ପ୍ରତି ସମ୍ମାନଭାଵ ସୃଷ୍ଟି କରିବା ଏକ ଉଦ୍ଦେଶ୍ୟ ବୋଲି ସଂଗଠନ ପକ୍ଷରୁ ପ୍ରକାଶ। ଏହି କାର୍ଯ୍ୟକ୍ରମରେରେ କେନ୍ଦ୍ରାପଡା ବ୍ଲକ ସଂଯୋଜକ କୃଷ୍ଣପ୍ରସାଦ ସ୍ୱାଇଁ, ସହ ସଂଯୋଜକ ସୌମ୍ୟରଂଜନ ଖୁଣ୍ଟିଆ, ଅଚ୍ୟୁତାନନ୍ଦ ସ୍ୱାଇଁ ,ଆଦର୍ଶ ଦାସ, ଚିରଞ୍ଜୀବ ନାୟକପ୍ରମୁଖ ଉପସ୍ଥିତ ରହିଥିଲେ। କୋରନା ମହାମାରିକୁ ସଂଘର୍ଷ କରୁଥିବା ଜିଲ୍ଲାର ସମସ୍ତ ବ୍ଲକରେ ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧନା କରାଯିବ ବୋଲି ସଂଗଠନ ତରଫରୁ ସୂଚନା ଦିଆଯାଇଛି।

    Maximum 500 characters

    ଆଂଚଳିକ View all

    Find Us on Facebook