ନୂଆଦିଲ୍ଲୀ: ସରକାରୀ ବା ବେସରକାରୀ, କୌଣସି କାର ..."/> ନୂଆଦିଲ୍ଲୀ: ସରକାରୀ ବା ବେସରକାରୀ, କୌଣସି କାର ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏଣିକି କର୍ମକ୍ଷେତ୍ରରେ ମିଳିବ ଟିକା, ଯିବାକୁ ପଡ଼ିବନି ଟୀକାଦାନ କେନ୍ଦ୍ର

    Share on :
    ajab-Image
    Date: Apr 8, 2021    Views: 3500

    ନୂଆଦିଲ୍ଲୀ: ସରକାରୀ ବା ବେସରକାରୀ, କୌଣସି କାର୍ଯ୍ୟସ୍ଥଳୀରେ ଯଦି ୧୦୦ ପାଖାପାଖି କର୍ମଚାରୀ କୋଭିଡ ଟିକା ନେବାକୁ ଆଗ୍ରହୀ ଥିବେ ଏବଂ ହିତାଧିକାରୀ ହେବାକୁ ଯୋଗ୍ୟ ବିବେଚିତ ହେଉଥିବେ, ସେଠାରେ ଟିକା ପ୍ରଦାନ କେନ୍ଦ୍ର ଖୋଲାଯାଇ ପାରିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଦେଶରେ କୋଭିଡର ଦ୍ୱିତୀୟ ଲହର ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଆଗାମୀ ୧୧ ତାରିଖରୁ ସରକାର ଏଭଳି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ଖୋଲିବେ ବୋଲି ଜଣାଯାଇଛି । ସେଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସରକାରଙ୍କୁ ପରାମର୍ଶ ଦିଆଯାଇଛି । ସମ୍ପ୍ରତି ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କମାନେ ହିଁ କୋଭିଡ ଟିକା ନେବା ପାଇଁ ଯୋଗ୍ୟ ହିତାଧିକାରୀ ଭାବେ ବିବେଚିତ ହେଉଛନ୍ତି ।

    Maximum 500 characters

    ତାଜା ଖବର View all

    Find Us on Facebook