Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୨୭ରେ ବିଧାୟକଙ୍କ କରୋନା ଟେଷ୍ଟ

    Share on :
    ajab-Image
    Date: Sep 16, 2020    Views: 2977

    ଭୁବନେଶ୍ୱର:  ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । ଏହାରି ଭିତରେ ବିଧାନସଭା  ବସିବ ।  ତେବେ ବିଧାନସଭା ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ  କରାଯିବ ।  ବିଧାୟକଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ।  ବିଧାୟକ, ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କ ଆରଟି-ପିସିଆର ଟେଷ୍ଟ କରାଯିବ ।  ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଏକ ସ୍ୱତନ୍ତ୍ର କ୍ୟାମ୍ପରେ ଏହି ଟେଷ୍ଟ କରାଯିବ । ଏନେଇ ବିଏମସି କମିଶନର, କ୍ୟାପିଟାଲ ହସ୍ପିଟାଲ ନିଦେ୍ର୍ଧଶକଙ୍କୁ  ଚିଠି କରାଯାଇଛି । 

    ତା ପରେ ପୁଣି ୪ ତାରିଖ ଦିନ ମଧ୍ୟ ସବୁ ବିଧାୟକଙ୍କ ଟେଷ୍ଟ କରାଯିବ ।  ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ  ସେମାନେ ଆଣ୍ଟିଜେନ ଟେଷ୍ଟ କରିପାରିବେ ।  ବିଧାନସଭା ସଚିବାଳୟ ସମସ୍ତ ଅଧିକାରୀ  ଓ କର୍ମଚାରୀଙ୍କ ବି ଟେଷ୍ଟ ହେବ ।  ଏପରିକି ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅଫିସ କର୍ମଚାରୀଙ୍କର ବି ଟେଷ୍ଟ ହେବ ।  ଟେଷ୍ଟ ପାଇଁ ସମସ୍ତ ଅନୁଷଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବାକୁ ବିଏମସିକୁ  ନିଦେ୍ର୍ଧଶ ଦିଆଯାଇଛି । 

    ପ୍ରକାଶ ଯେ,  ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ୟ୍ୟନ୍ତ, ଏମିତିକି ଡାକ୍ତର, ପୁଲିସ, ଯବାନଙ୍କୁ ମଧ୍ୟ କରୋନା ଛାଡ଼ି ନାହିଁ । ଏବେ ରାଜ୍ୟରେ ଜଣକ ପରେ ଜଣେ ବିଧାୟକ ଓ ସାଂସଦ କରୋନା ଆକ୍ରାନ୍ତ ହେଉଥିବା ଜଣାଯାଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook