Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କରୋନା ଡର : ଯବାନଙ୍କ ପରିବାରକୁ ବି ଘରୁ ତଡ଼ିଦେଲେ

    Share on :
    ajab-Image
    Date: Jun 30, 2020    Views: 3850

    ଜଗତସିଂହପୁର :  ଦିଲ୍ଲୀ ଫେରନ୍ତା ଜଣେ ବିଏସଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଙ୍କ ପତ୍ନୀ ଓ ଦୁଇ ପିଲାଙ୍କୁ ଘର ମାଲିକ ଭଡ଼ାଘରୁ ତଡ଼ି ଦେଇଥିବା ଭଳି ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଲକଡାଉନ ଭିତରେ ଭଡ଼ା ଘରୁ ବିଦା ହେବା ପରେ ଦୁଇ ପିଲାଙ୍କୁ ଧରି ମହିଳା ବଡ଼ ହିନସ୍ତା ଭୋଗିଛନ୍ତି । ତାଙ୍କ ଅନୁରୋଧ ରକ୍ଷା କରି ମହିଳା ଓ ଦୁଇ ପିଲାଙ୍କୁ ସହରସ୍ଥିର ମହାବୀର ଗେଷ୍ଟ ହାଉସରେ ଆଶ୍ରୟ ଦେଇଥିଲେ । ଏ ଖବର ପୌର ପ୍ରଶାସନ କାନରେ ପଡ଼ିବା ପରେ ରାତିରେ ମହାବୀର ଗେଷ୍ଟ ହାଉସକୁ ସିଲ୍ କରିଦିଆଯାଇଥିବା ପୌର ନିର୍ବାହୀ ଅଧିକାରୀ ବିମଳ ଲେଙ୍କା କହିଛନ୍ତି । ପରିବାରକୁ ଗେଷ୍ଟ ହାଉସରେ ଆଶ୍ରୟ ଦେଇଥିବା ଗେଷ୍ଟ ହାଉସ ମାଲିକ ବି ଏ ମାମଲାରେ ଫସି ଯାଇଛନ୍ତି । କୋଭିଡ-୧୯ ଆକ୍ଟକୁ ଭଙ୍ଗ କରିଥିବାରୁ ଉଭୟ ଗେଷ୍ଟ ହାଉସର ମାଲିକ ଓ ଭଡ଼ା ଘରୁ ତଡ଼ି ଦେଇଥିବା ମାଲିକଙ୍କ ବିରୋଧରେ ଜଗତସିଂହପୁର ଥାନାରେ ଏତଲା ଦିଆଯିବ ବୋଲି ପୌରନିର୍ବାହୀ ଅଧିକାରୀ ଶ୍ରୀ ଲେଙ୍କା ସ୍ପଷ୍ଟ କରିଛନ୍ତି । 

    ନିକଟରେ ଦିଲ୍ଲୀରୁ ସ୍ଥାନୀୟ ପୁରୋହିତପୁର ସ୍ଥିତ ଭଡ଼ା ଘରକୁ ଫେରିଥିଲେ ଜଣେ ବିଏସଏଫ ଯବାନ । ଏକ କାରରେ ସେ ଭୁବନେଶ୍ୱରଠାରେ ପହଞ୍ଚି ଗୋଟିଏ ରାତି ପରିବାର ସହ ଉକ୍ତ ଭଡ଼ା ଘରେ ରହିଥିଲେ । ତେବେ ତା’ପରଦିନ ନିଜ ଆଡ଼ୁ ସମ୍ପୃକ୍ତ ଯବାନ ପୁନଙ୍ଗ କଲେଜ ଯାଇ ସ୍ୱାବ ଦେଇଥିଲେ । ସ୍ୱାବ ଦେବା ପରେ ସ୍ଥାନୀୟ ଏସଭିଏମ କଲେଜ ସ୍ଥିତ ଟିଏମସିରେ ରହୁଥିଲେ । ମାତ୍ର ତାଙ୍କର ସ୍ୱାବ ରିପୋର୍ଟ ପଜିଟିଭ ଆସିଥିଲା । ଏହି ଖବର ବିଜୁଳି ବେଗରେ ଖେଳିଯିବା ପରେ ସହରରେ ଆଲୋଡ଼ନ ସୃଷ୍ଟି କରିଥିଲା । ପୌର ପ୍ରଶାସନ ମଧ୍ୟ ପୁରୋହିତପୁରସ୍ଥିତ ଉକ୍ତ ଭଡ଼ା ଘର ଆଗରେ ଲଟକା ଝୁଲାଇଥିଲେ ଏବଂ ଯବାନଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଘର ଭିତରେ ସଙ୍ଗରୋଧରେ ରଖିଥିଲେ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook