Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ କୋଭିଡ-୧୯ ସହାୟତା ପ୍ୟାକେଜ, କାହାକୁ କେତେ

    Share on :
    ajab-Image
    Date: Aug 25, 2020    Views: 4442

    ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଗ୍ରାମୀଣ ଅର୍ଥନୀତିର ପୁରରୁଦ୍ଧାର ନିମନ୍ତେ ମୁଖ୍ୟମନ୍ତ୍ରୀ କୋଭିଡ-୧୯ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ଗ୍ରାମାଞ୍ଚଳରେ ରହୁଥିବା ଗରିବ ଓ ଅତିଗରିବ ପରିବାର ତଥା ପ୍ରବାସୀ ଫେରନ୍ତାଙ୍କ  ଜୀବିକା ବିକାଶ କରିବା ନିମନ୍ତେ ୪ ପ୍ରକାରର ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜର ବ୍ୟବସ୍ଥା କରାଯାଇଛି। ଏଥିରେ ବିଭିନ୍ନ ପ୍ରକାରର ଉଦ୍ୟୋଗ ପାଇଁ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଛି ।
    ଏହାଦ୍ୱାରା ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗ କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀ ଫେରନ୍ତା , କୃଷି ଓ ଅଣ କୃଷିକ୍ଷେତ୍ରରେ କାମ କରୁଥିବା ଉତ୍ପାଦକ ତଥା ଉଦ୍ୟୋଗଗୋଷ୍ଠୀ ଉପକୃତ ହେବେ। ପ୍ରଥମ ପ୍ୟାକେଜରେ ଗ୍ରାମୀଣ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ୫୦ ହଜାର ଟଙ୍କା ଯାଏଁ ଏକକାଳୀନ ଋଣ ପ୍ରଦାନ କରାଯିବ। ସେହିଭଳି କୃଷି ଓ ଅଣକୃଷିକ୍ଷେତ୍ରରେ ନିୟୋଜିତ ଥିବା ବ୍ୟକ୍ତିଙ୍କୁ ନେଇ ଗଠିତ ଉଦ୍ୟୋଗ ଗୋଷ୍ଠୀ ଓ ଉତ୍ପାଦନଗୋଷ୍ଠୀକୁ ଏକକାଳୀନ ଦେଢଲକ୍ଷ ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ ।
    ଅତିଗରିବ ଓ ଅସହାୟ ପରିବାରଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ତଥା ଜୀବିକାର ଉନ୍ନତି ନିମନ୍ତେ ୨୦ ହଜାର ଟଙ୍କା ଯାଏଁ ଋଣ ପ୍ରଦାନ କରାଯିବ। ରାଜ୍ୟକୁ ଫେରିଥିବା କୁଶଳୀ ଓ ଅର୍ଦ୍ଧକୁଶଳୀ ପ୍ରବାସୀଙ୍କ ଦ୍ୱାରା ପୁରୁଣା ଉଦ୍ୟୋଗର ବିକାଶ ଓ ନୂଆ ଉଦ୍ୟୋଗର ଆରମ୍ଭ ପାଇଁ ଲକ୍ଷେ ଟଙ୍କା ଯାଏଁ ଋଣ ପ୍ରଦାନ ବ୍ୟବସ୍ଥା ହୋଇଛି ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook