ମୁଖ୍ୟ ଖବର
ଭୁବନେଶ୍ୱର : କରୋନାରେ ଆଉ ୧୦ ଜଣଙ୍କ ପ୍ରାଣହାନୀ ଘଟିଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୮୭ରେ ପହଁଚିଛି । ଅପରପକ୍ଷରେ ୩୮ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି । ଆଜି ଗଜପତିରେ ଜଣେ, ଗଞ୍ଜାମରେ ୫, ଖୋର୍ଦ୍ଧାରେ ୩ ଜଣ ଓ ସୁନ୍ଦରଗଡ଼ରେ ଜଣେ ରୋଗୀଙ୍କର କରୋନାରେ ମୃତୁ୍ୟ ହୋଇଛି ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨, ବାଲେଶ୍ୱରରେ ୩, ବରଗଡ଼ରେ ୧, ଭଦ୍ରକରେ ୨, କଟକରେ ୧୧, ଗଜପତିରେ ୧୧, ଗଞ୍ଜାମରେ ୯୯. ଜଗତସିଂହପୁରରେ ୨, ଯାଜପୁରରେ ୧, ଝାରସୁଗୁଡ଼ାରେ ୧, କନ୍ଧମାଳରେ ୨, କେନ୍ଦ୍ରାପଡ଼ାରେ ୨, ଖୋର୍ଦ୍ଧାରେ ୨୫, ମାଲକାନାଗିରିରେ ୨, ନୟାଗଡ଼ରେ ୩, ପୁରୀରେ ୩, ରାୟଗଡ଼ାରେ ୭, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୯ କରୋନା ଆକ୍ରାନ୍ତଙ୍କର ମୃତୁ୍ୟ ହୋଇଛି ।
ସେହିପରି ବାଲେଶ୍ୱରରେ ୩, ଭଦ୍ରକରେ ୪, କଟକରେ ୩, ଗଞ୍ଜାମରେ ୬, ଯାଜପୁରରେ ୧, କେନ୍ଦ୍ରାପଡ଼ାରେ ୧, କେନ୍ଦୁଝରରେ ୨, ଖୋର୍ଦ୍ଧାରେ ୮, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୧, ନୟାଗଡ଼ରେ ୨, ପୁରୀରେ ୨ ଓ ସୁନ୍ଦରଗଡ଼ରେ ୩ କରୋନା ଆକ୍ରାନ୍ତ ଅନ୍ୟ ରୋଗରେ ମୃତୁ୍ୟବରଣ କରିଛନ୍ତି ।
Comments ସମସ୍ତ ମତାମତ