Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଉ ୧୬୦୨ ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Aug 1, 2020    Views: 3277

    ଭୁବନେଶ୍ୱର : ରାଜ୍ୟରେ ଆଉ ୧୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନ କେନ୍ଦ୍ରରେ ୯୯୩ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୬୦୯ ଜଣ ଆକ୍ରାନ୍ତ ହୋଇଛନ୍ତି  । ଫଳରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩୪୭୯ରେ ପହଁଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୦୫୧୭ ଜଣ ସୁସ୍ଥ ହୋଇସାରିଛନ୍ତି  । ଅପରପକ୍ଷରେ ୧୨୭୩୭ ଜଣ ଚିକିତ୍ସିତ ହେଉଛନ୍ତି  ।

    ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୧୫, ବାଲେଶ୍ୱରରେ ୨୯, ବରଗଡ଼ରେ ୧୩, ଭଦ୍ରକରେ ୨୦, ବଲାଙ୍ଗୀରରେ ୩୮, ବୌଦ୍ଧରେ ୯, କଟକରେ ୫୪, ଢେଙ୍କାନାଳରେ ୪୯, ଗଜପତିରେ ୧୦୮, ଜଗତସିଂହପୁରରେ ୧୯, ଯାଜପୁରରେ ୪୪, ଝାରସୁଗୁଡ଼ାରେ ୭, କଳାହାଣ୍ଡିରେ ୩୦, କନ୍ଧମାଳରେ ୪୫, କେନ୍ଦ୍ରାପଡ଼ାରେ ୧୫, କେନ୍ଦୁଝରରେ ୩୧, ଖୋର୍ଦ୍ଧାରେ ୨୮୫, କୋରାପୁଟରେ ୪୬, ମାଲକାନାଗିରିରେ ୩୦, ମୟୂରଭଞ୍ଜରେ ୩୯, ନବରଙ୍ଗପୁରରେ ୯, ନୟାଗଡ଼ରେ ୩୩, ନୂଆପଡ଼ାରେ ୫, ପୁରୀରେ ୫୦, ରାୟଗଡ଼ାରେ ୧୬୪, ସମ୍ବଲପୁରରେ ୩୯, ସୋନପୁରରେ ୬, ସୁନ୍ଦରଗଡ଼ରେ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook