ମୁଖ୍ୟ ଖବର
ଭୁବନେଶ୍ୱର : ଭୁବନେଶ୍ୱରରେ ଆଉ ୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହୋମ କ୍ୱାରେଂଟାଇନରେ ଥିଲେ । ଦିଲ୍ଲୀ ଯାଇଥିବା ୫୬ ବର୍ଷୀୟ ରେଳବାଇ କର୍ମଚାରୀ ହୋମ କ୍ୱାରେଂଟିନରେ ଥିବାବେଳେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ଅନ୍ୟ ୫ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କର ଲକ୍ଷ୍ମୀବଜାର ବସ୍ତି ଲିଙ୍କ ରହିଛି । ସିରିପୁର ଅଂଚଳର ଜଣେ ୧୫ ବର୍ଷୀୟ ବାଳିକା, ୬୦ ବର୍ଷୀୟ ମହିଳା ଓ ୧୫ ବର୍ଷର ବାଳକ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେହିପରି ଅନ୍ୟ ଜଣେ ୧୩ ବର୍ଷର ବାଳକ କେନାଲ ରୋଡ଼ ଆକ୍ରାନ୍ତଙ୍କ ଲିଙ୍କରେ ଆସିଥିବାବେଳେ ଚନ୍ଦ୍ରଶେଖରପୁର ବିଡ଼ିଏ କଲୋନୀର ଜଣେ ୩୨ ବର୍ଷୀୟ ଯୁବକ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ଅପରପକ୍ଷରେ ୧୧ ଜଣ ସୁସ୍ଥ ହୋଇଛନ୍ତି । ପ୍ରତିଦିନ ଅଫିସ ନିକଟରେ ଆକ୍ରାନ୍ତ ହୋଇଥିବା ୭ ଜଣ ସୁସ୍ଥ ହୋଇଥିବାବେଳେ ବାଣୀବିହାରର ଜଣେ ଓ ୩ ରେଳବାଇ କର୍ମଚାରୀ ବି ସୁସ୍ଥ ହୋଇଛନ୍ତି ।
Comments ସମସ୍ତ ମତାମତ