ମୁଖ୍ୟ ଖବର
ଭୁବନେଶ୍ୱର: କଟକର ଏକ ଆହାର କେନ୍ଦ୍ରର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସିଡ଼ିଏମଓ ସତ୍ୟବ୍ରତ ଛୋଟରାୟ ସୂଚନା ପ୍ରଦାନ କରିଛନ୍ତି । ୬ ଆକ୍ରାନ୍ତଙ୍କ ମଧ୍ୟରେ ୪ କ୍ୟାନସର ରୋଗୀ ଥିବାବେଳେ ଜଣେ ଆଟେଡାଂଟ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି । ତେବେ ଅନ୍ୟ ଆକ୍ରାନ୍ତ ଜଣଙ୍କ ଆହାର କେନ୍ଦ୍ରର କର୍ମଚାରୀ ବୋଲି ଜାଣିବାକୁ ମିଳିଛି । ସୂଚନାଯୋଗ୍ୟଯେ, ପୂର୍ବରୁ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଗତକାଲି ୨ ଜଣ ନର୍ସ ଆକ୍ରାନ୍ତ ହୋଇଥିବାବେଳେ ପୂର୍ବରୁ ଜଣେ ରୋଗୀଙ୍କ ରିପୋର୍ଟ ବି ପଜିଟିଭ ଆସିଥିଲା ।
ସୂଚନାଯୋଗ୍ୟଯେ, ରାଜ୍ୟରେ ଆଉ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ ଜଣ କ୍ୱାରେଂଟାଇନରେ ଥିବାବେଳେ ୩୧ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି । ରାଜ୍ୟରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଁଚିଥିବାବେଳେ ୪୭୪୩ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୦୮୬ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଯାବତ ରାଜ୍ୟରେ ୨୬୦୪୨୮ ଟେଷ୍ଟ ହୋଇଛି ।
Comments ସମସ୍ତ ମତାମତ