Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ

    Share on :
    ajab-Image
    Date: Jun 29, 2020    Views: 3408

    ଭୁବନେଶ୍ୱର: ସମ୍ପ୍ରତି ହସପିଟାଲରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଲାଗିଛନ୍ତି  । ଗୋଟିଏ ହସପିଟାଲରେ ଏକାଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି  । ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛି ଭୁବନେଶ୍ୱର ମହାନଗର ନିଗମ  । ଏହାକୁ ଆଖି ଆଗରେ ରଖି ହସପିଟାଲ କର୍ମଚାରୀଙ୍କ ପାଇଁ ନୂଆ ଗାଇଡ଼ଲାଇନ ଜାରି କରାଯାଇଛି  । ବିଏମସି ପକ୍ଷରୁ କୁହାଯାଇଛିଯେ, ବସ୍ତି ଅଂଚଳରେ ରହୁଥିବା ସବୁ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ କରାଯିବ  । ଡାଟାବେସ ପ୍ରସ୍ତୁତ ପାଇଁ ସବୁ ଘରୋଇ ହସପିଟାଲ କର୍ତୃପକ୍ଷଙ୍କୁ ନିଦେ୍ର୍ଧଶ ଦିଆଯାଇଛି  । ବସ୍ତି ଅଂଚଳରେ ରହୁଥିବା ହସପିଟାଲ କର୍ମଚାରୀ ଏକାଦିକ୍ରମେ ୧୪ ଦିନ ଡୁ୍ୟଟି କରିବେ  । ହସପିଟାଲ ପରିସରରେ ସଂପୃକ୍ତ କର୍ମଚାରୀମାନଙ୍କ ପାଇଁ ରହଣୀ ବ୍ୟବସ୍ଥା କରାଯିବ  । ଯଦି ୧୪ ଦିନ ଡୁ୍ୟଟି ପରେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିବ, ତେବେ ସେମାନଙ୍କୁ ରିଲିଭ କରାଯାଇପାରିବ  । ପ୍ରଥମ ଦଫା କର୍ମଚାରୀଙ୍କ ଡୁ୍ୟଟି ପରେ ଦ୍ୱିତୀୟ ଦଫା କର୍ମଚାରୀଙ୍କୁ ଡୁ୍ୟଟି ମିଳିବ  । ଏଥିପାଇଁ ହସପିଟାଲ କର୍ତୃପକ୍ଷ ଜଣେ ନୋଡ଼ାଲ ଅଧିକାରୀ ନିଯୁକ୍ତ କରିବେ  । ନୋଡ଼ାଲ ଅଧିକାରୀ ଏସଂକ୍ରାନ୍ତୀୟ ସବିଶେଷ ତଥ୍ୟ ନିୟମିତ ଭାବେ ବିଏମସିକୁ ପ୍ରଦାନ କରିବେ  ।

    Maximum 500 characters

    ତାଜା ଖବର View all

    Find Us on Facebook