Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ଛଡ଼ାଇନେଲା୯.୩ କୋଟି ଶ୍ରମିକଙ୍କ ଜୀବିକା

    Share on :
    ajab-Image
    Date: May 23, 2020    Views: 4273

    ନୂଆଦିଲ୍ଲୀ: କରୋନା ସଂକଟ ମଧ୍ୟରେ ଅନୁ୍ୟନ ୯.୩ କୋଟି ଶ୍ରମିକ ଜୀବିକା ହରାଇଛନ୍ତି । ରାଜ୍ୟ ଏବଂ କେନ୍ଦ୍ର ଏହି ଶ୍ରମିକମାନଙ୍କ ତଥ୍ୟ ଏକତ୍ର କରୁଛନ୍ତି । ଏମାନଙ୍କ ସୂଚନୀ ସୋମବାର ସୁଦ୍ଧା ପ୍ରସ୍ତୁତ ହୋଇଯିବ । ଏହା ପରେ ଏମାନଙ୍କୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଅଧିନରେ କାର୍ଯ୍ୟ ଯୋଗାଇ ଦିଆଯିବ ।
    ବର୍ତ୍ତମାନ ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ୩୦ ଲକ୍ଷ ପ୍ରବାସୀ ଶ୍ରମିକ ଅନ୍ୟ ରାଜ୍ୟରୁ ନିଜ ରାଜ୍ୟକୁ ଫେରିଛନ୍ତି । ଏହି ଶ୍ରମିକମାନଙ୍କ ତାଲିକା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ସମ୍ପୃକ୍ତ ରାଜ୍ୟ ଗୁଡ଼ିକୁ ନିଦେ୍ର୍ଧଶ ଦେଇଛନ୍ତି । ନିଜର ବିଭିନ୍ନ ଯୋଜନା ଅଧୀନରେ ଏ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କହିଛନ୍ତି ।
    ଲକଡାଉନ ଯୋଗୁଁ ଅଣ ସଂଗଠିତ କ୍ଷେତ୍ରରେ ବୃହତ ସଂଖ୍ୟକ ଶ୍ରମିକ ପ୍ରଭାବିତ ହୋଇଛନ୍ତି  । ବର୍ତ୍ତମାନ ସୁଦ୍ଧା ଚୂଡାନ୍ତ ତଥ୍ୟ ମିଳି ନଥିବା ବେଳେ ତାଲିକା ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି ।
    ବିନିର୍ମାଣ, ଆତିଥେୟତା, ପର୍ଯ୍ୟଟନ, ନିର୍ମାଣ, ବାଣିଜ୍ୟ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଓ ଅଟୋ ମୋବାଇଲ ଶିଳ୍ପରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି । ଗରିବ କଲ୍ୟାଣ ଯୋଜନା ଏବଂ ନିର୍ମାଣ ଯୋଜନାଗୁଡ଼ିକରେ ଏହି ଶ୍ରମିକମାନଙ୍କୁ କାର୍ଯ୍ୟ ଦିଆଯାଇପାରେ ବୋଲି ସୂତ୍ରରୁ ଜଣାଯାଇଛି ।
    ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱଚ୍ଛ ଭାରତ ଯୋଜନା, ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା ଏବଂ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ଏହି ଶ୍ରମିକମାନଙ୍କୁ ନିୟୋଜିତ କରାଯାଇପାରେ । କୌଶଳ ଆପ୍‍ ଜରିଆରେ ରାଜ୍ୟ ଗୁଡ଼ିକରେ ପ୍ରବାସୀ ଶ୍ରମିକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ଶ୍ରମିକମାନଙ୍କୁ ରୋଜଗାର ଦେବା ପାଇଁ ଶ୍ରମ ମନ୍ତ୍ରାଳୟ ଘରୋଈ କମ୍ପାନୀ ଗୁଡ଼ିକୁ ବି ପତ୍ର ଲେଖିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook