Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏହି ଗାଁର ସବୁ ଲୋକଙ୍କୁ କରୋନା!

    Share on :
    ajab-Image
    Date: Nov 20, 2020    Views: 4219

    ଲାହୌଲ:  ଥଣ୍ଡା ବଢିବା ସହିତ କରୋନା ସଂକ୍ରମଣ ମଧ୍ୟ ବଢୁଥିବାର ଦେଖାଯାଉଛି । ହିମାଚଳ ପ୍ରଦେଶର ଉପର ଭାଗରେ ଏବେ ବରଫପାତ ଆରମ୍ଭ ହୋଇଛି । ହିମାଚଳ ପ୍ରଦେଶ ଲାହୌଲ ଘାଟିର ଥୋରଙ୍ଗ ଗାଁରେ ମାତ୍ର ଜଣଙ୍କୁ ଛାଡି ଅନ୍ୟ ସମସ୍ତେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ମନାଲୀ-ଲେହ ହାଇଓ୍ବେ ସ୍ଥିତ ଥେରାଙ୍ଗ ଗ୍ରାମରେ କେବଳ ୪୨ ଜଣ ଲୋକ ରହିଥାନ୍ତି । 
    ଗାଁରେ ରହୁଥିବା ଜଣେ ୫୨ ବର୍ଷ ବୟଷ୍କ ବ୍ୟକ୍ତି ଭୁଷଣ ଠାକୁର କରୋନା ପଜିଟିଭ ହେବା ପରେ ଗାଁର ସମସ୍ତେ କରୋନା ଯାଞ୍ଚ କରାଇଥିଲେ । ଏହାପରେ ସମସ୍ତେ କରୋନା ପଜିଟିଭ ଥିବା ଜଣାପଡିଥିଲା । ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଲାହୌଲ-ସ୍ପିତି ଘାଟୀ ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା ।
    ଲାହୌଲ ଘାଟୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ପ୍ରଶାସନ ରୋହତାଙ୍ଗ ସୁଡଙ୍ଗର ଉତ୍ତର ପୋର୍ଟଲ ନିକଟ ତେଲିଙ୍ଗ ନାଳି ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କୁ ଆସିବାକୁ ଅନୁମତି ଦିଆଯାଇଛି । ଏହାପରେ ପର୍ୟ୍ୟଟକଙ୍କ ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା । ପର୍ୟ୍ୟଟକଙ୍କୁ ଲାହୌଲ ଗାଁରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା । ସୁଡଙ୍ଗ ନିକଟବର୍ତ୍ତୀ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା । ତେବେ ପୁନର୍ବାର କରୋନା ସଂକ୍ରମଣକୁ ଦେଖି ଗ୍ରାମକୁ ସିଲ୍‌ କରାଯିବା ସହ ଏହି ଗ୍ରାମକୁ ପ୍ରବେଶ ନେଇ କଟକଣା ଲଗାଯାଇଛି 

    Maximum 500 characters

    ଦେଶ ବିଦେଶ View all

    Find Us on Facebook