ମୁଖ୍ୟ ଖବର
ନୂଆପଡା: ସଂକ୍ରମଣ ଦୃଷିରୁ ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନକୁ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । କିଛି ପର୍ଯ୍ୟଟନସ୍ଥଳୀକୁ ମଧ୍ୟ ଯିବାକୁ ବାରଣ କରିଛି ପ୍ରଶାସନ । ପତୋରାର ଯୋଗେଶ୍ୱର ମନ୍ଦିର, ତିଖାଲିର ଜଲେଶ୍ୱର ମନ୍ଦିରକୁ ବାରଣ କରାଯାଇଛି । ପାତାଲଗଙ୍ଗା ଶିବ ମନ୍ଦିର ଓ ଅନ୍ୟ କିଛି ମନ୍ଦିରକୁ ମଧ୍ୟ ଯିବାକୁ ମନା କରାଯାଇଛି । କେବଳ ବିଧି ରକ୍ଷା ଦୃଷ୍ଟିରୁ ପୂଜକଙ୍କୁ ପୂଜା ପାଇଁ ଅନୁମତି ଦିଆଯାଇଛି । ପତୋରା ଡ୍ୟାମ ଓ ତିଖାଲି ଡ୍ୟାମକୁ ନଯିବାକୁ ପର୍ଯ୍ୟଟନଙ୍କୁ ପରାମର୍ଶ ଦିଆଯାଇଛି । ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି ନୂଆପଡା ଜିଲ୍ଲାପାଳ ।
Comments ସମସ୍ତ ମତାମତ