ମୁଖ୍ୟ ଖବର
ଭୁବନେଶ୍ୱର: ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଆଗକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା କହିଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ନେଇ ଶ୍ରୀ ପରିଡ଼ା କହିଛନ୍ତି ଯେ, ଭାଇରସର ଏହି ଷ୍ଟ୍ରେନ ପୂର୍ବ ଷ୍ଟ୍ରେନ ଅପକ୍ଷୋ ଅଧିକ କ୍ଷତିକାରକ । ଦ୍ୱିତୀୟ ଷ୍ଟେନ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ସଂଖ୍ୟା ବଢିବା ଚିନ୍ତାଜନକ । ଆଗକୁ କ’ଣ ହେବ କିଛି କହି ହେବନି । କେବେ କମିବ ଅନୁମାନ କରି ହେଉନି । ଆମେ ଭାଇରସର ନୂଆ ଷ୍ଟ୍ରେନକୁ ନେଇ ପରୀକ୍ଷା ନିରୀକ୍ଷା ଚଳାଇଛୁ । ଲୋକେ ସଚେତନ ହେବା ଦରକାର । ନଚେତ ପରିସ୍ଥିତି ବହୁତ ଭୟଙ୍କର ହେବ । ଓଡ଼ିଶାରେ ଛତିଶଗଡ଼ ପରିସ୍ଥିତି ସୃଷ୍ଟି ହେବା ଅସମ୍ଭବ ନୁହେଁ । ପରିସ୍ଥିତି ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି । ଆଗକୁ ବଡ଼ ନିଷ୍ପତ୍ତି ନେଇପାରନ୍ତି । ବାହାରୁ ବହୁତ ଲୋକ ଆସୁଥିବାରୁ ଭୁବଶ୍ୱେରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ବୋଲି ଆଇଏଲଏସ ନିଦେ୍ର୍ଧଶକ ଅଜୟ ପରିଡ଼ା କହିଛନ୍ତି ।
Comments ସମସ୍ତ ମତାମତ