ପୁଣି ନିଜ ..."/> ପୁଣି ନିଜ ...">
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଅଧିକ ଟେଷ୍ଟିଂରୁ ଅଧିକ ପଜିଟିଭ

    Share on :
    ajab-Image
    Date: Apr 8, 2021    Views: 2898

    ଭୁବନେଶ୍ୱର: ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି । ତେବେ  ରାଜ୍ୟରେ ରାଜ୍ୟରେ ଅଧିକ ଟେଷ୍ଟିଂ କଲେ ଅଧିକ ପଜିଟିଭ ଆସୁଛି । ଥ୍ରିସ-ଟି ଫର୍ମୁଲା ଉପଯୋଗୀ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି । ଏହାଛଡ଼ା ହୋମ ଆଇସୋଲେସନ ସୁବିଧା ନଥିଲେ କୋଭିଡ କେୟାର ଯିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ବର୍ତ୍ତମାନ ଯେଉଁମାନେ ଆକ୍ରାନ୍ତ ହେଉଛନ୍ତି ସେମାନେ ଅଧିକାଂଶ ଲକ୍ଷଣ ବିହୀନ । ରାଜ୍ୟ ସରକାର କୋଭିଡ ଦ୍ୱିତୀୟ ଲହର ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ କହିଛନ୍ତି । ସୀମା ବର୍ତ୍ତି ଜିଲ୍ଲା ହେଉ ବା ସହରାଞ୍ଚଳ ହେଉ ଯେଉଁ ସ୍ଥାନରୁ ଅଧିକ ପଜିଟିଭ ଆସୁଛନ୍ତି ସେ ସ୍ଥାନକୁ ମାଇକ୍ରୋ କଣ୍ଟନେମେଣ୍ଟ ଯୋନ ଭାବେ ଘୋଷଣା କରାଯାଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

    ପ୍ରକାଶ ଯେ,  ରାଜ୍ୟରେ ପୁଣି  ୮୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୫୧୮ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୩୬୧ ଜଣ ଆକ୍ରାନ୍ତ ହୋଇଛନ୍ତି  । ରାଜ୍ୟରେ ଏଯାବତ ମୋଟ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ ହୋଇଥିବାବେଳେ ୩ ଲକ୍ଷ ୩୮ ହଜାର ୬୬୨ ଜଣ ସୁସ୍ଥ ହୋଇଛନ୍ତି  । ଅପରପକ୍ଷରେ ଏବେ ୪୮୮୮ ଜଣ ଚିକିତ୍ସିତ ହେଉଛନ୍ତି  ।

    ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୨୦, ବାଲେଶ୍ୱରରେ ୨୨, ବରଗଡ଼ରେ ୫୩, ଭଦ୍ରକରେ ୧୭, ବଲାଙ୍ଗୀରରେ ୨୬, ବୌଦ୍ଧରେ ୧, କଟକରେ ୫୦, ଦେବଗଡ଼ରେ ୧, ଗଜପତିରେ ୧, ଗଞ୍ଜାମରେ ୩୧, ଜଗତସିଂହପୁରରେ ୨, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୨୩, କଳାହାଣ୍ଡିରୁ ୪୩, କନ୍ଧମାଳରେ ୫, କେନ୍ଦ୍ରାପଡ଼ାରେ ୯, କେନ୍ଦୁଝରରେ ୨୫, ଖୋର୍ଦ୍ଧାରେ ୧୪୪, କୋରାପୁଟରେ ୫, ମୟୂରଭଞ୍ଜରେ ୨୯, ନବରଙ୍ଗପୁରରେ ୧୯, ନୟାଗଡ଼ରେ ୬, ନୂଆପଡ଼ାରେ ୬୧, ପୁରୀରେ ୪୫, ରାୟଗଡ଼ାରେ ୧୩, ସମ୍ବଲପୁରରେ ୪୮, ସୋନପୁରରେ ୨, ସୁନ୍ଦରଗଡ଼ରେ ୧୩୧ ଓ ରାଜ୍ୟପୁଲରେ ୩୨ ଜଣ ଚିହ୍ନଟ ହୋଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook