ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢିଚାଲିଥିବାବେଳେ ଅନ୍ୟପଟେ କରୋନା ଟିକାର ଅଭାବ ଦେଖାଦେଇଛି । ଟିକା ଅଭାବରୁ ଗତକାଲି ରାଜ୍ୟର ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିବାବେଳେ କୋରାପୁଟ ଜିଲ୍ଲାରେ ପୂରା ବନ୍ଦ ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଧଶକ । ତାଙ୍କ ସୂଚନା ଅନୁଯାୟୀ ଦୁଇ ଦିନ ଭିତରେ ଟିକା ନଆସିଲେ ଟିକାକରଣ ବାଧାପ୍ରାପ୍ତ ହେବ । ଟିକା ଅଭାବରୁ ଗତକାଲି ଟିକାକରଣ ବାଧାପ୍ରାପ୍ତ ହୋଇଛି । ଗତକାଲି ୨ ଲକ୍ଷ ଡୋଜ ଲକ୍ଷ୍ୟ ଥିଲା । ତେବେ ଟିକା ଅଭାବରୁ ୧ ଲକ୍ଷ ୧୦ ହଜାର ଦେଇଛୁ । ୪ ଲକ୍ଷ ୩୫ ହଜାର ୩୨୦ ଡୋଜ କୋଭିସିଲ୍ଡ ରହିଛି । ଯାହା ୨ ଦିନରେ ସରିଯିବ । ୧ ଲକ୍ଷ ୧୪ ହଜାର ୪୯୦ ଡେଶଜ କୋଭାକ୍ସିନ ଅଛି । ଯାହା ୧୦ ଦିନରେ ସରିଯିବ । ଆଗାମୀ ୧୦ ଦିନ ପାଇଁ ୨୫ ଲକ୍ଷ ଡୋଜ ଟିକାର ଆବଶ୍ୟକତା ରହିଛି । ଟିକା ଅଭାବରୁ ଗତକାଲି ରାଜ୍ୟର ୭୦୦ ଟିକାକରଣ କେନ୍ଦ୍ର ବନ୍ଦ ହୋଇଯାଇଥିବାବେଳେ କୋରାପୁଟ ଜିଲ୍ଲାରେ ପୂରା ବନ୍ଦ ହୋଇଯାଇଛି । ୧୧ରୁ ୱାର୍କ ପ୍ଲେସରେ ଭ୍ୟାକ୍ସିନେସନ ନେଇ କେନ୍ଦ୍ରର ନିଦେ୍ର୍ଧଶ ରହିଛି ବୋଲି ି ପରିବାର କଲ୍ୟାଣ ନିଦେ୍ର୍ଧଶକ କହିଛନ୍ତି ।
Comments ସମସ୍ତ ମତାମତ