Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟ ବାହାରୁ ଆସିଲେ ଆରଟିପିସିଆର ବାଧ୍ୟତାମୂଳକ: ସ୍ୱାସ୍ଥ୍ୟମନ୍ତ୍ରୀ

    Share on :
    ajab-Image
    Date: Apr 8, 2021    Views: 2940

    ଭୁବନେଶ୍ୱର:  ପୁଣି ନିଜର କାୟା ବିସ୍ତାର କରି ଚାଲିଛି କରୋନା।  ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି ।  ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା  ବୃଦ୍ଧି ପାଉଛି । ରାଜ୍ୟରେ କରୋନା ଚିତ୍ର ଦିନକୁ ଦିନ ଭୟାନକ ଆଡ଼କୁ ଯାଉଛି ।ତେବେ   ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା  ଏଣିକି କରୋନା ପ୍ରଭାବିତ ରାଜ୍ୟରୁ ଆସିଲେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଆରଟିପିସିଆର  ଟେଷ୍ଟ ରିପୋର୍ଟ ନଥିଲେ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବାକୁ ନିଦେ୍ର୍ଧଶ ଦିଆଯାଇଛି ।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ପଶ୍ଚିମବଙ୍ଗ ଫେରନ୍ତାଙ୍କର ବି ପରୀକ୍ଷା ହେବ। ସଂକ୍ରମଣ ବଢ଼ୁଥିବାରୁ ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆସରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

    Maximum 500 characters

    ତାଜା ଖବର View all

    Find Us on Facebook