ମୁଖ୍ୟ ଖବର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବଢିଚାଲିଛି । ତେବେ ଭୁବନେଶ୍ୱରରେ ଲକଡାଉନ ଓ ସଟଡାଉନ କଥା ଚିନ୍ତା କରିନୁ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଭୁବନେଶ୍ୱରରେ ସଂକ୍ରମଣ ବୃଦ୍ଧିକୁ ନେଇ ନିଜ ପ୍ରତିକ୍ରିୟା ଦେବା ଅବସରରେ ଶ୍ରୀ ଚୌଧୁରୀ ଏହା କହିଛନ୍ତି ।
ସେ କହିଛନ୍ତି ଯେ, କୋଭିଡ ସଂକ୍ରମଣ ଦିନକୁ ଦିନ ବଢି ବଢି ଚାଲିଛି । ଆମକୁ ସଜାଗ ରହିବାକୁ ପଡ଼ିବ । ନବମ, ଏକାଦଶ କ୍ଲାସ ବାତିଲ ପରେ ହଷ୍ଟେଲ ଛାଡ଼ିବାକୁ ପିଲାଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଭୁବନେଶ୍ୱର ସମ ହସ୍ପିଟାଲର ବେଡ ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି । ପୂର୍ବରୁ ଚୁକ୍ତି କରିଥିବା ହସ୍ପିଟାଲକୁ ଆବଶ୍ୟକ ସ୍ଥଳରେ ନିୟୋଜିତ କରାଯିବ । ଏନ୍ଫୋର୍ସମେଣ୍ଟକୁ ଆମେ କମିଶନରରେଟ ପୋଲିସ ସହ ମିଶି ଆହୁରି ତ୍ବରାନ୍ବିତ କରିଛୁ। ନବମ ଏକାଦଶ ଶ୍ରେଣୀ ବାତିଲ ନେଇ ସରକାରଙ୍କ ନିର୍ଦେଶନାମା ପରେ ଆବାସିକ ଶିକ୍ଷାଅନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡିବା ପାଇଁ ନିର୍ଦେଶ ଦିଆଯାଇଛି। ଅଧିକାଂଶ ଶିକ୍ଷାନୁଷ୍ଠାନରେ ପରୀକ୍ଷା ଶେଷ ହୋଇଛି। ଏଣୁ ତୁରନ୍ତ ଏହାକୁ କାର୍ୟ୍ୟକାରୀ କରିବାକୁ ନିର୍ଦେଶ ଦିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ମଧ୍ୟ ଏହାକୁ ନିର୍ଦେଶ ଅନୁଯାୟୀ ଅନୁପାଳନ କରିବାକୁ କୁହାଯାଇଛି। ବୃଦ୍ଧି ପାଉଥିବା ସଂକ୍ରମଣକୁ ଚେକ ଦେବା ପାଇଁ କାର୍ୟ୍ୟାଳୟରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ଲକଡାଉନ ଓ ସଟଡାଉନ କଥା ଚିନ୍ତା କରିନୁ । ସଚେତନ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।
।
Comments ସମସ୍ତ ମତାମତ