Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢ଼ି ଚାଲିଛି କରୋନା ଗ୍ରାଫ: ଦିନକରେ ୧୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ

    Share on :
    ajab-Image
    Date: Feb 22, 2021    Views: 4007

     ନୂଆଦିଲ୍ଲୀ: କରୋନା ଗ୍ରାଫରେ ପରିବର୍ତ୍ତନ ହୋଇଛି । ଦିନକୁ ଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ନୂଆ ଷ୍ଟ୍ରେନକୁ ନେଇ ସମସ୍ତେ ଚିନ୍ତାପ୍ରକଟ କରୁଛନ୍ତି ।
    ଦେଶରେ ଦୈନିକ କମ୍ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଏବେ ଧିରେ ଧିରେ କରୋନା ଗ୍ରାଫ୍ ବଢୁଥିବା ନଜରକୁ ଆସିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ କରୋନା ସଂକ୍ରମିତ ହୋଇଛନ୍ତି ୧୪ ହଜାର ୧୯୯ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୦ ଲକ୍ଷ ୦୫ ହଜାର ୮୫୦କୁ ବୃଦ୍ଧି ପାଇଛି ।

    ଦେଶରେ ପ୍ରତିଦିନ କମୁଛି ମୃତ୍ୟୁସଂଖ୍ୟା । ଦିନକରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ଆଉ ୮୩ କରୋନା ଆକ୍ରାନ୍ତ । ଏଯାଏଁ ମହାମାରୀ ଦେଶରେ ୧ ଲକ୍ଷ ୫୬ ହଜାର ୩୮୫ ଜୀବନ ନେଲାଣି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook