Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠୁ ରାଜଧାନୀରେ ଜୋରଦାର ହେବ ଧରପଗଡ଼

    Share on :
    ajab-Image
    Date: Feb 22, 2021    Views: 3914

    ଭୁବନେଶ୍ୱର: ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା । ଜୋରଦାର ହେବ ଧରପଗଡ଼ । ଦେଶର ଅନେକ ରାଜ୍ୟରେ ବଢୁଛି କୋଭିଡ ମାମଲା । ତେଣୁ ରାଜଧାନୀରେ ପୋଲିସ ଏବଂ ବିଏମସି କଠୋର ହେବାରେ ଲାଗିଛି । ନିୟମ ନମାନିଲେ ଗଣିବାକୁ ପଡ଼ିବ ତଣ୍ଡ । ହାଟ, ବଜାର, ସପିଂ କମ୍ପଲେକ୍ସ, ମଲ୍ ସବୁଠି ଯାଞ୍ଚ କଡ଼ାକଡ଼ି କରାଯିବ ।
    ଏନେଇ ଜୋନାଲ ଡେପୁଟି କମିଶନରମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି । ପୂର୍ବ ଭଳି ଏନଫୋର୍ସମେଣ୍ଟ ଟିମ ରାଜଧାନୀର ଗଳିକନ୍ଦି ବୁଲିବ । ବିବାହ ମଣ୍ଡପ ଉପରେ ନଜର ରଖାଯିବ । ଏଥିପାଇଁ ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଗଠନ ହୋଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook