ମୁଖ୍ୟ ଖବର
ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କରୋନା ଭାଇରସର ନୂଆ ଷ୍ଟ୍ରେନ ଠାବ ହୋଇଛି । ଯାହାକୁ ବିଶେଷଜ୍ଞମାନେ ‘ଡି୬୧୪ଜି’ ଭାବେ ନାକରଣ କରିଛନ୍ତି । ଏହା ବି୍ରଟେନ, ବ୍ରାଜିଲ ଓ ଦକ୍ଷିଣ ଆଫି୍ରକାରେ ଦେଖାଦେଇଥିବା ନୂଆ ଷ୍ଟ୍ରେନ ଠାରୁ ଅଧିକ ଘାତକ । ଏହି ନୂଆ ଷ୍ଟ୍ରେନ ଅଧିକ ସଂକ୍ରାମକ ହୋଇଥିବାରୁ ଖୁବ କମ ଦିନରେ ବହୁ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି । ସେଥିପାଇଁ ସତର୍କ ରହିବାକୁ ବିଶେଷଜ୍ଞମାନେ କହିଛନ୍ତି । ନୂଆ ଷ୍ଟ୍ରେନ ଯୋଗୁଁ ଅମରାବତୀ, ଯବତମାଳ ଓ ସତରା ଜିଲ୍ଲାରେ ଏକ ସପ୍ତାହ ହେଲା ଶତାଧିକ ନୂଆ ସଂକ୍ରମଣ ମାମଲା ସାମନାକୁ ଆସିଛି । ବି.ଜେ ମେଡିକାଲ କଲେଜ ଓ ସସୁନ ଜେନେରାଲ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ କହିବାନୁଯାୟୀ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରୁ ରାଜ୍ୟ ସରକାର ଜେନୋମ ସିକୁ୍ୟଏନ୍ସ କରିବା ଲାଗି କହିଥିଲେ । ସେମାନେ ଅମରାବତୀରୁ ୪, ଯବତମାଳାରୁ ୪, ସତରାରୁ ୪ ଏବଂ ପୁନେରୁ ୧୨ଟି ଏଭଳି ମୋଟ ୧୪ଟି ନମୁନା ସଂଗ୍ରହ କରିଥିଲେ ।
Comments ସମସ୍ତ ମତାମତ