Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟିକା ନେବେନି ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ

    Share on :
    ajab-Image
    Date: Jan 14, 2021    Views: 2972

    ଭୁବନେଶ୍ୱର: ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି ।  ଆସନ୍ତା ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । ଏନେଇ ପ୍ରସ୍ତୁତି ଶେଷ ହୋଇଛି । ତେବେ ରାଜ୍ୟର ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟିକା ନନେବାକୁ ଘୋଷଣା କରିଛନ୍ତି ।  ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି । 
    ସେମାନେ କହିଛନ୍ତି ଯେ,  କଳାବ୍ୟାଜ ପିନ୍ଧି ଟିକାକରଣ କାର୍ଯ୍ୟରେ ସାମିଲ ହେବେ, କିନ୍ତୁ ଟିକା ନେବେ ନାହିଁ ।  କ୍ୟାଡର ରୁଲର ପୁନର୍ଗଠନ ଓ ପଦବୀ ପରିଦର୍ଶନ ଦାବିରେ ସ୍ୱାସ୍ଥ୍ୟକର୍ମୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି ।  ତେବେ ସରକାର ଦାବି ନଶୁଣିଲେ ଫେବୃଆରୀ ପ୍ରଥମରୁ ସିରିଞ୍ଜ ଛାଡ଼  ଆନେ୍ଦାଳନ କରାଯିବାକୁ ଚେତାବନୀ ଦେଇଛନ୍ତି । 

    ଅନ୍ୟପକ୍ଷରେ ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ଏସଏମଏସ ଯିବ ।  ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି ।  ସେ କହିଛନ୍ତି ଯେ, କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ଏସଏମଏସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ ।  ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି ।  ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ।  ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ ପଏଣ୍ଟରେ ଟିକା ପହଞ୍ଚିଯାଇଛି ।  ୧ମ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ ।  ତେଣୁ ପ୍ରଥମ ଡୋଜ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ ଦିଆଯିବନାହିଁ ବୋଲି  ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook