Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟିକା ପାଇଁ ଆଜି ଯିବ ଏସଏମଏସ

    Share on :
    ajab-Image
    Date: Jan 14, 2021    Views: 3602

    ଭୁବନେଶ୍ୱର:  ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି । ତେବେ ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ଏସଏମଏସ ଯିବ ।  ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । 

    ସେ କହିଛନ୍ତି ଯେ, କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ଏସଏମଏସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ ।  ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି ।  ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ ।  ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ ପଏଣ୍ଟରେ ଟିକା ପହଞ୍ଚିଯାଇଛି ।  ୧ମ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ ।  ତେଣୁ ପ୍ରଥମ ଡୋଜ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ ଦିଆଯିବନାହିଁ ବୋଲି  ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook