Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ୧୫ କରୋନା ଆକ୍ରାନ୍ତ ମୃତ

    Share on :
    ajab-Image
    Date: Nov 22, 2020    Views: 2556

    ଭୁବନେଶ୍ୱର:  ରାଜ୍ୟରେ ପୁଣି ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୬୪୦କୁ ବୃଦ୍ଧି ପାଇଛି । 
    ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣଙ୍କ ମୃତୁ୍ୟ ହୋଇଛି ।  ସେହିପରି ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହାଛଡ଼ା କେନ୍ଦୁଝରରୁ ୨ ଏବଂ ବଲାଙ୍ଗିର, କଟକ, ଗଞ୍ଜାମ, ଅନୁଗୁଳ, ଝାରସୁଗୁଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । 

    ପ୍ରକାଶ ଯେ, ରାଜ୍ୟରେ ଆଉ ୬୩୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି  । ସେମାନଙ୍କ ମଧ୍ୟରୁ ୩୭୩  ଜଣ କ୍ୱାରେଣ୍ଟାଇନରେ ଥିବାବେଳେ ୨୬୫ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସିଛନ୍ତି  । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୩ ହଜାର ୯୬୧ରେ ପହଁଚିଛି  । ୩ ଲକ୍ଷ ୪ ହଜାର ୯୦୮ ଜଣ ସୁସ୍ଥ ହୋଇଥିବାବେଳେ ୭୩୬୦ଜଣ ଚିକିତ୍ସାଧୀନ ଅଛନ୍ତି । 

     

    Maximum 500 characters

    ତାଜା ଖବର View all

    Find Us on Facebook