ମୁଖ୍ୟ ଖବର
ନୂଆଦିଲ୍ଲୀ: ଆସନ୍ତା ୨୦୨୧ ଫେବୃୟାରୀ ସୁଦ୍ଧା ଲୋକଙ୍କୁ କୋଭିଡ ଟିକା ମିଳିଯିବ ବୋଲି ସିରମ ଇନଷ୍ଟିଚୁ୍ୟଟ ଅଫ ଇଣ୍ଡିଆ (ସିଆଇଆଇ) ସିଇଓ ଆଦର ପୁନୱାଲା କହିଛନ୍ତି । ସିରମ ଇନଷ୍ଟିଚୁ୍ୟଟ ପ୍ରସ୍ତୁତ ଟିକାର ଦୁଇଟି ମାତ୍ର ମୂଲ୍ୟ ପାଖାପାଖି ୧୦୦୦ ଟଙ୍କା । ତେବେ ଟିକାର ଚୂଡାନ୍ତ ପରୀକ୍ଷଣ ଫଳାଫଳ ଏବଂ ନିୟାମକ ମଞ୍ଜୁରୀ ପରେ ପ୍ରକୃତ ମୂଲ୍ୟ ସ୍ପଷ୍ଟ ହେବ ବୋଲି ପୁନୱାଲା କହିଛନ୍ତି । ଅପରପକ୍ଷେ ଭାରତ ସରକାରଙ୍କୁ ଟିକା କମ ମୂଲ୍ୟରେ ଯୋଗାଇ ଦିଆଯିବ । ଭାରତ ଅଧିକ ମାତ୍ରାରେ ଟିକା କିଣିବାକୁ ଯୋଜନା କରିଥିବାରୁ ଅପେକ୍ଷାକୃତ ଶସ୍ତାରେ ପାଇପାରିବେ ବୋଲି ପୁନୱାଲା କହିଛନ୍ତି । ୨୦୨୧ ଏପି୍ରଲ ସୁଦ୍ଧା ଭାରତୀୟଙ୍କୁ ଟିକା ମିଳିଯିବ ଏବଂ ୨୦୨୪ ବେଳକୁ ସମସ୍ତ ଭାରତୀୟଙ୍କୁ ଟିକାକରଣ କରାଯାଇ ପାରିଥିବ ବୋଲି ପୁନୱାଲା କହିଛନ୍ତି । ସମ୍ପୃକ୍ତ ଭାରତକୁ ଟିକାକରଣ କରିବାକୁ ପାଖାପାଖି ୨ ରୁ ୩ ବର୍ଷ ଲାଗିଯିବ । ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଟିକାର ଚୂଡାନ୍ତ ପରୀକ୍ଷଣ ବେଶ ସଫଳ ହୋଇପାରିଛି ଏବଂ ବୟସ୍କ ଲୋକଙ୍କ ଶରୀରରେ ଏହା ଫଳପ୍ରଦ ହୋଇଛି ।
Comments ସମସ୍ତ ମତାମତ