Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କରୋନା ଟିକା ନେଇ ଏହା କହିଲେ ହର୍ଷବର୍ଦ୍ଧନ

    Share on :
    ajab-Image
    Date: Nov 20, 2020    Views: 3375

    ନୂଆଦିଲ୍ଲୀ: ଆସନ୍ତା ୩ ରୁ ମାସ ମଧ୍ୟରେ କରୋନା ଟିକା ପ୍ରସ୍ତୁତ ହୋଇଯିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ଏହି ସୂଚନା ଦେଇଛନ୍ତି । ଏଫଆଇସିସି ଆଈ ଏଫଏଲଓ ୱେବିନାରରେ ଉଦବୋଧନ ଦେବା ସମୟରେ ହର୍ଷବର୍ଦ୍ଧନ ଏଭଳି ଗୁରୁତ୍ୱପୂର୍ଣ୍ଣ ବୟାନ ରଖିଛନ୍ତି । ହର୍ଷବର୍ଦ୍ଧନ କହିଛନ୍ତି, ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଯେ, ଆସନ୍ତା ୩-୪ ମାସ ମଧ୍ୟରେ କୋଭିଡ ଟିକା ପ୍ରସ୍ତୁତ ହୋଇଯିବ । ସ୍ୱାସ୍ଥ୍ୟ କର୍ମୀ, କରୋନା ଯୋଦ୍ଧା ଏବଂ ରୋଗଗ୍ରସ୍ତ ଲୋକଙ୍କୁ ପ୍ରାଥମିକ ଗୁରୁତ୍ୱ ଦିଆଯିବ । ଟିକାର ସଠିକ ବଣ୍ଟନ ପାଇଁ ଖୁବ ଭଲ ଭାବେ ଯୋଜନା ରହିଛି । ଏଥିପାଇଁ ଏକ ଇ-ଭାକ୍ସିନ ଇଣ୍ଟେଲିଜେନ୍ସ ପ୍ଲାଟଫର୍ମ ମଧ୍ୟ ସୃଷ୍ଟି ହୋଇଛି । ଜୁଲାଇ ଅଗଷ୍ଟ ୨୦୨୧ ସୁଦ୍ଧା ୨୫-୩୦ କୋଟି ଲୋକଙ୍କ ପାଇଁ ୪୦୦-୫୦୦ ମିଲିଅନ ଡୋଜ ଟିକା ଉପଲବ୍ଧ ହେବ ବୋଲି ହର୍ଷବର୍ଦ୍ଧନ ଆକଳନ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook