Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଆଜି କରୋନା ନେଲା ୧୭ ଜୀବନ

    Share on :
    ajab-Image
    Date: Nov 19, 2020    Views: 3601

    ଭୁବନେଶ୍ୱର:   ରାଜ୍ୟରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା କମ ଥିଲେ ମଧ୍ୟ ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ଆଜି ଆଉ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଆଜି ମୃତ୍ୟୁବରଣ କରିଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫୯୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି ।
    ୧୭ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୪ ଜଣ ଥିବା ବେଳେ ସମ୍ବଲପୁରରୁ ୩, ଭୁବନେଶ୍ୱରରୁ ୨ ଓ ସୋନପୁର, ରାୟଗଡା, ନୟାଗଡ଼, କେନ୍ଦ୍ରାପଡା, ଗଜପତି, ଗଂଜାମ, କଟକ ଓ ଭଦ୍ରକରୁ ଜଣେ ଲେଖାଏଁ ଅଛନ୍ତି। ମୃତକଙ୍କ ମଧ୍ୟରେ ୮ ଜଣ କରୋନା ବ୍ୟତୀତ ଅନ୍ୟାନ୍ୟ ରୋଗରେ ପୀଡିତ ଥିଲେ।

    ପ୍ରକାଶ ଯେ, ରାଜ୍ୟରେ ଆଜି ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଓ ସ୍ଥାନୀୟ ଅଞ୍ଚଳରୁ ୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୭କୁ ବୃଦ୍ଧି ପାଇଛି। ୩ ଲକ୍ଷ ୧ ହଜାର ୭୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୬୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook