Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ ଆଜି ୮୬୮ ନୂଆ ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Nov 19, 2020    Views: 3777

    ଭୁବନେଶ୍ୱର:  ରାଜ୍ୟରେ ଆଜି ୮୬୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୯୯ ଓ ସ୍ଥାନୀୟ ଅଞ୍ଚଳରୁ ୩୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୧ ହଜାର ୭୮୭କୁ ବୃଦ୍ଧି ପାଇଛି। ୩ ଲକ୍ଷ ୧ ହଜାର ୭୭୭ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ହଜାର ୩୬୬ ଜଣ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

     ସୁନ୍ଦରଗଡରୁ ସର୍ବାଧିକ ୮୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୪, ଅନୁଗୁଳରୁ ୫୪, ନୂଆପଡା ଓ ମୟୁରଭଞ୍ଜରୁ ୪୬ ଜଣ ଲେଖାଏଁ, ଜଗତସିଂହପୁରରୁ ୪୪, କେନ୍ଦୁଝରରୁ ୩୯, କେନ୍ଦ୍ରାପଡ଼ାରୁ ୩୫, ବଲାଙ୍ଗୀରରୁ ୩୪, ଯାଜପୁରରୁ ୩୧, ପୁରୀରୁ ୨୮, ବରଗଡ଼ ଓ ଝାରସୁଗୁଡ଼ାରୁ ୨୧ ଜଣ ଲେଖାଏଁ, କଳାହାଣ୍ଡିରୁ ୨୦, ବାଲେଶ୍ୱର, ସମ୍ବଲପୁର ଓ ଢେଙ୍କାନାଳରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩, କୋରାପୁଟ ଓ ମାଲକାନଗିରିରୁ ୧୨ ଜଣ ଲେଖାଏଁ, ଗଂଜାମରୁ ୧୧, ଦେଓଗଡ଼ ଓ ରାୟଗଡ଼ାରୁ ୭ ଜଣ ଲେଖାଏଁ, କନ୍ଧମାଳ ଓ ସୋନପୁରରୁ ୬ ଜଣ ଲେଖାଏଁ, ଗଜପତି ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, ବୌଦ୍ଧରୁ ଜଣେ ଏବଂ ଷ୍ଟେଟ ପୁଲରୁ ୨୩ ଜଣ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook