Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆନନ୍ଦପୁର: ଏନଏଚ ୨୦ର ବରପଦା ଛକରେ ଚାଉଳ ବୋଝେଇ ଟ୍ରକ ଧକ୍କାରେ ଅଜା ଓ ନାତି ମୃତ

ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି

ବାଲେଶ୍ୱରରେ ବିକାଶ ଦାୟିତ୍ୱ ମୁଁ ନିଜେ ବୁଝିବି:ନବୀନ

ପୋଲିସ ଗୁଳିରେ ପ୍ରାଣ ହରାଇଲା ନିସ୍ ଚର୍ଚ୍ଚ ଆତଙ୍କୀ

ପୁଲୱାମା ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ମନ୍ତ୍ରୀଙ୍କ ବଡ ଖୁଲାସା

୨ ତାରିଖରୁ ଖୋଲିବ ଏମ୍ସ ଓପିଡି

ଫ୍ରାନ୍ସ ଆକ୍ରମଣକୁ ନେଇ ମହାଥୀରଙ୍କ ବିବାଦୀୟ ବୟାନ

ଇଥାନଲର କ୍ରୟମୂଲ୍ୟ ବୃଦ୍ଧିକୁ ଧର୍ମେନ୍ଦ୍ରଙ୍କ ସ୍ୱାଗତ

banner

ଦେଶ ବିଦେଶ

ମୁଖ୍ୟ ଖବର

    ୩୦ କୋଟି ଲୋକଙ୍କୁ ଟୀକା ଦେବା ପାଇଁ ଦେଶରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

    Share on :
    ajab-Image
    Date: Oct 17, 2020    Views: 3533

    ନୂଆଦିଲ୍ଲୀ:କରୋନା ମହାମାରୀର ମୁକାବିଲା ପାଇଁ ଟୀକା ବାହାର କରିବାକୁ ବିଶ୍ୱର ବିଭିନ୍ନ ଦେଶ ଉଦ୍ୟମ ଜାରି ରଖିଛନ୍ତି । ଏଭଳି ସମୟରେ ଅଗ୍ରାଧିକାର ଭିତିରେ ୩୦ କୋଟି ଲୋକଙ୍କୁ ଟୀକା ଦେବାକୁ ଚିହ୍ନଟ ପ୍ରକିୟା ଆରମ୍ଭ କରିଛି ଭାରତ । ପ୍ରାଥମିକ ଭାବେ ୫୦ରୁ ୭୦ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୨ କୋଟି ପୋଲିସ, ମୁନସିପାଲ କର୍ମଚାରୀ ଓ ସେନା ବାହିନୀର ଯବାନ, ୨୬ କୋଟି ୫୦ ବର୍ଷରୁ ଅଧିକ ବର୍ଷର ଲୋକ ଓ ଅଧିକ ସମ୍ବେଦନଶୀଳ ଲୋକଙ୍କୁ ଏହି ଟୀକା ଦେବାକୁ ବ୍ୟବସ୍ଥା କରାଯାଉଛି । ସେମାନଙ୍କୁ ୬୦ କୋଟି ଭାକସିନର ଡୋଜ୍ ଦିଆଯିବାକୁ ଆକଳନ କରାଯାଇଛି । ଭାକସିନର ବ୍ୟବାହାର ପାଇଁ ଅନୁମତି ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ । ବର୍ତମାନ ଦେଶରେ ତିନିଟି ଟିକାର ମାନବ ପରୀକ୍ଷଣ ଜାରି ରହିଛି । ଏଥିରୁ ଅକ୍ସଫୋର୍ଡ -ଆଷ୍ଟ୍ରାଜେନିକା ସହ ସହବନ୍ଧିତ ଥିବା ପୁନେର ଔଷଧ କମ୍ପାନୀ ସିରମ ଇନଷ୍ଟିଚ୍ୟୁଟର ଟ୍ରାଏଲ ସବୁଠୁ ଆଗରେ ରହିଛି । ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ତୃତୀୟ ପର୍ୟ୍ୟାୟ ପରୀକ୍ଷଣର ତଥ୍ୟ ଆସିଯିବ ବୋଲି କିଛି ଦିନ ତଳେ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook