ମୁଖ୍ୟ ଖବର
ୱାଶିଂଟନ : ବର୍ତ୍ତମାନ ଡାକ୍ତରଖାନାରେ କୋଭିଡ-୧୯ ରୋଗୀଙ୍କ ଚିକିତ୍ସାରେ ବ୍ୟବହୃତ ଅନ୍ୟାନ୍ୟ ଔଷଧ ସହିତ କୌଣସି ଏକ ଫୁଲା ନିରୋଧକ ଔଷଧ ପ୍ରୟୋଗ କଲେ କୋଭିଡରୁ ଆରୋଗ୍ୟ ଲାଭ କରିବା ଅବଧି କମିଯିବ ବୋଲି ଆମେରିକାର ଇଣ୍ଡିଆପଲି ସ୍ଥିତ ଏଲି ଲିଲି ନାମକ ଭେଷଜ କମ୍ପାନୀ ଦାବି କରିଛି । ଆମେରିକାର ଜାତୀୟ ଶରୀର ବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନ ଦ୍ୱାରା ପ୍ରାୟୋଜିତ ଏକ ଅଧ୍ୟୟନରେ ଭାଗ ନେଇଥିବା ହଜାରେ ଜଣେ ରୋଗୀଙ୍କ ଫଳାଫଳକୁ ଅନୁଧ୍ୟାନ କରି ଏପରି ନିର୍ଯ୍ୟାସ ମିଳିପାରିଛି ବୋଲି ଏଲି ଲିଲି ପକ୍ଷରୁ କୁହାଯାଇଛି । ରୁମାଟ ଏଡ ଆର୍ଥ୍ରାଇଟିସ (ଆଣ୍ଠୁଗଣ୍ଠି ଫୁଲା) ଉପଶମ ପାଇଁ ଓଲୁମିଆଣ୍ଟ ନାମରେ ଉକ୍ତ କମ୍ପାନୀ ପକ୍ଷରୁ ବିକି୍ର କରାଯାଉଥିବା ବାରିସିଣ୍ଟିନିବ ଔଷଧର ପ୍ରୟୋଗକୁ ଭିତ୍ତି କରି ଏପରି ଉପସଂହାର ଅଣାଯାଇପାରିଛି ।
ସୂଚନା ଥାଉ କି ଅନୁଧ୍ୟାନରେ ରହିଥିବା ଏହି ସମସ୍ତ କୋଭିଡ ରୋଗୀଙ୍କୁ ଶୀଘ୍ର ସୁସ୍ଥ ହେବା ଲାଗି ରେମଡିସିଭିର ଔଷଧ ଦିଆଯାଉଥିଲା । ଏହା ଦ୍ୱାରା ରୋଗୀମାନେ ହାରାହାରି ୪ ଦିନ ଆଗୁଆ ଆରୋଗ୍ୟ ଲାଭ କରୁଥିଲେ । ତେବେ ରେମଡେସିଭିର ସହିତ ଯେଉଁମାନଙ୍କୁ ଚାରିସିଣ୍ଟିନିବ ମଧ୍ୟ ଦିଆଯାଉଥିଲା, ସେମାନେ ଆଉ ଗୋଟେ ଦିନ ଆଗୁଆ ସୁସ୍ଥ ହୋଇଥିବା ଜଣାଯାଇଛି । ତେଣୁ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କୋଭିଡ ରୋଗୀଙ୍କୁ ଜରୁରୀକାଳୀନ ସ୍ଥିତିରେ ବାରିସିଣ୍ଟିନିବ ଦେବା ଲାଗି ନିୟାମକ ଅଧିକାରୀଙ୍କ ସହ ଏଲି ଲିଲି ଆଲୋଚନା କରିବ ବୋଲି କହିଛି ।
Comments ସମସ୍ତ ମତାମତ