Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଉ ଜଣେ ବିଧାୟକଙ୍କୁ କରୋନା

    Share on :
    ajab-Image
    Date: Sep 7, 2020    Views: 6672

    ଭୁବନେଶ୍ୱର: ଏବେ ରାଜ୍ୟରେ ଜଣକ ପରେ ଜଣେ ବିଧାୟକ ଓ ସାଂସଦ କରୋନା ଆକ୍ରାନ୍ତ ହେଉଥିବା ଜଣାଯାଇଛି । କରୋନା ସଂକ୍ରମିତ ହୋଇଛନ୍ତି ରାଜ୍ୟର ଆଉ ଜଣେ ବିଧାୟକ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଭୁ ଜାନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ପଜିଟିଭ ଚିହ୍ନଟ ପରେ କୋରାପୁଟ ଦଣ୍ଡକାରଣ୍ୟ କରୋନୀ ସ୍ଥିତ ଘରେ ହୋମ ଆଇସୋଲେସନରେ ଥିବା ନେଇ ବିଧାୟକ ଶ୍ରୀ ଜାନୀ ସୂଚନା ଦେଇଛନ୍ତି । ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନାହିଁ । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ନିଜର ସ୍ୱାବ ପରୀକ୍ଷା କରି ନେବାକୁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩ ଜଣ ମନ୍ତ୍ରୀ, ଜଣେ କେନ୍ଦ୍ରମନ୍ତ୍ରୀ, ୩ ଜଣ ସାଂସଦ ଓ ପ୍ରାୟ ୧୫ ଜଣ ବିଧାୟକ କରୋନା ସଂକ୍ରମିତ ହେଲେଣି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook