ମୁଖ୍ୟ ଖବର
ଭୁବନେଶ୍ୱର: ରବିବାର ରାଜ୍ୟରେ ପୁଣି ୧୪୩୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୮୯ ଓ ଲୋକାଲ କଣ୍ଟାକ୍ଟ କେସ ୫୪୫ ବୋଲି ଜଣାଯାଇଛି । ଏଥିସହ ରାଜ୍ୟରେ ପଜିଟିଭ ସଂଖ୍ୟା ୩୪ ହଜାର ୯୧୩କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ କରୋନାରୁ ୨୧,୨୭୩ ଜଣ ସୁସ୍ଥ ହୋଇଥିବାବେଳେ ଆକ୍ଟିଭ କେସ ୧୩,୪୦୪ ବୋଲି ଜଣାଯାଇଛି ।
ପ୍ରକାଶ ଯେ, ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ୨୧୮, ରାୟଗଡ଼ା ୧୯୭, କଟକ ୧୨୩, ଗଜପତି ୯୧, ସୁନ୍ଦରଗଡ଼ ୭୬, ପୁରୀ ୬୫, ଯାଜପୁର ୫୭, ସମ୍ବଲପୁର, ୫୧, କନ୍ଧମାଳ ୪୪, ଭଦ୍ରକ ୨୫, ମାଲକାନଗିରି ୨୪, କେନ୍ଦ୍ରାପଡ଼ା ୨୨, କଳାହାଣ୍ଡି ୧୮, ଢେଙ୍କାନାଳ ଓ ଜଗତସିଂହପୁର ୧୩ ଲେଖାଏଁ, କୋରାପୁଟ ଓ ବାଲେଶ୍ୱରରୁ ୧୨ ଲେଖାଏଁ, ଅନୁଗୁଳରୁ ୯, ନୟାଗଡ଼ ୮, ନୂଆପଡ଼ା ୭, ଝାରସୁଗୁଡ଼ା ଓ ସୋନପୁରରୁ ୫ ଲେଖାଏଁ, ବରଗଡ଼ ଓ ବୌଦ୍ଧରୁ ୫ ଲେଖାଏଁ, କେନ୍ଦୁଝର, ନବରଙ୍ଗପୁର ଓ ଦେବଗଡ଼ରୁ ୨ ଲେଖାଏଁ ଏବଂ ମୟୂରଭଞ୍ଜରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଅନ୍ୟପକ୍ଷରେ ରବିବାର ରାଜ୍ୟରେ କରୋନା ସଂକ୍ରମଣରେ ପୁଣି ୧୦ ଜଣଙ୍କ ମୃତୁ୍ୟ ହୋଇଛି । ଗଞ୍ଜାମରେ ଆଜି ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏଥିସହ ଗଞ୍ଜାମରେ ମୋଟ ମୃତୁ୍ୟସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି । ଏହାଛଡ଼ା ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି ।
ଗଞ୍ଜାମର ୪ ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଅଛନ୍ତି । ୨ମହିଳାଙ୍କ ବୟସ ୯୪ ଓ ୪୫ ବର୍ଷ ହୋଇଥିବାବେଳେ ୨ ପୁରୁଷ ମୃତକଙ୍କ ବୟସ ୫୭ ଲେଖାଏଁ । ଖୋର୍ଦ୍ଧାର ୩ ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ୭୮ ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟ ୨ ମୃତକ ୫୮ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ମହିଳା । ସୁନ୍ଦରଗଡ଼ ମୃତକ ଜଣକ ୭୩ ବର୍ଷୀୟ ପୁରୁଷ ହୋଇଥିବାବେଳେ ଯାଜପୁର ଜିଲ୍ଲାର ୮୦ ବର୍ଷର ପୁରୁଷ ବୋଲି ଜଣାଯାଇଛି । ଅନ୍ୟପକ୍ଷରେ କଳାହାଣ୍ଡିରେ ପ୍ରଥମ କରୋନା ମୃତକ ଜଣକ ୬୫ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି ।
Comments ସମସ୍ତ ମତାମତ