Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ତାଜା ଖବର

ମୁଖ୍ୟ ଖବର

    ଆଉ ୧୦ ମୃତ, ଗଞ୍ଜାମରେ ଶହେ ଟପିଲା

    Share on :
    ajab-Image
    Date: Aug 2, 2020    Views: 3035

    ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି ।  ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ସହ ଦିନକୁ ଦିନ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

    ଏହି ପରିପ୍ରେକ୍ଷୀରେ ରବିବାର ରାଜ୍ୟରେ କରୋନା ସଂକ୍ରମଣରେ ପୁଣି ୧୦ ଜଣଙ୍କ ମୃତୁ୍ୟ ହୋଇଛି ।  ଗଞ୍ଜାମରେ ଆଜି ସର୍ବାଧିକ ୪ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।  ଏଥିସହ ଗଞ୍ଜାମରେ ମୋଟ ମୃତୁ୍ୟସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି ।  ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଛି ।  ଏହାଛଡ଼ା ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି ।  ରାଜ୍ୟରେ କରୋନାଜନିତ ମୃତୁ୍ୟ ସଂଖ୍ୟା ୧୯୭କୁ ବୃଦ୍ଧି ପାଇଛି । 

    ଗଞ୍ଜାମର ୪ ମୃତକଙ୍କ ମଧ୍ୟରେ ୨ ପୁରୁଷ ଓ ୨ ମହିଳା ଅଛନ୍ତି ।  ୨ମହିଳାଙ୍କ ବୟସ ୯୪ ଓ ୪୫ ବର୍ଷ ହୋଇଥିବାବେଳେ ୨ ପୁରୁଷ ମୃତକଙ୍କ ବୟସ ୫୭ ଲେଖାଏଁ ।  ଖୋର୍ଦ୍ଧାର ୩ ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ୭୮ ବର୍ଷୀୟ ମହିଳା ହୋଇଥିବାବେଳେ ଅନ୍ୟ ୨ ମୃତକ ୫୮ ବର୍ଷୀୟ ପୁରୁଷ ଓ ୬୦ ବର୍ଷୀୟ ମହିଳା ।  ସୁନ୍ଦରଗଡ଼ ମୃତକ ଜଣକ ୭୩ ବର୍ଷୀୟ ପୁରୁଷ ହୋଇଥିବାବେଳେ  ଯାଜପୁର ଜିଲ୍ଲାର ୮୦ ବର୍ଷର ପୁରୁଷ ବୋଲି ଜଣାଯାଇଛି ।  ଅନ୍ୟପକ୍ଷରେ କଳାହାଣ୍ଡିରେ ପ୍ରଥମ କରୋନା ମୃତକ ଜଣକ ୬୫ ବର୍ଷୀୟ ପୁରୁଷ ବୋଲି ଜଣାଯାଇଛି ।  

    Maximum 500 characters

    ତାଜା ଖବର View all

    Find Us on Facebook