Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

କେନ୍ଦ୍ରାପଡ଼ା: ବାଇକ ଚୋରି ର୍ୟାକେଟରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ରଙ୍କ ସମେତ ୫ ଗିରଫ

ବାଲେଶ୍ୱର: ଜଳେଶ୍ୱର ଅଞ୍ଚଳର ଅଡିଓ ଭାଇରାଲ ଘଟଣାର ତଦନ୍ତ ନିଦେ୍ର୍ଧଶ ଦେଲେ ପୂର୍ବାଞ୍ଚଳ ଆଇଜି

ରାୟଗଡ଼ା: ୨୪ ଲକ୍ଷ ଲୁଟ ଘଟଣାରେ ୫ ଗିରଫ

banner

ରାଜ୍ୟ ଖବର

ମୁଖ୍ୟ ଖବର

    କରୋନାରେ ଅଭିଯୁକ୍ତଙ୍କ ଗିରଫଦାରୀ ପୁଲିସ ପାଇଁ ଚିନ୍ତା

    Share on :
    ajab-Image
    Date: Aug 1, 2020    Views: 2875

    କଟକ: କରୋନା ସମୟରେ ଅଭିଯୁକ୍ତଙ୍କ ଗିରଫଦାରୀ ପୁଲିସ ପାଇଁ ଚିନ୍ତା ବଢ଼ାଇ ଦେଇଛି । ଗିରଫ ହେଉଥିବା ବେଳେ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କିଭଳି ସତର୍କତା ପାଳନ କରାଯିବ, ସେ ସମ୍ପର୍କରେ ପୁଲିସ ଡିଜି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଏ ସମ୍ପର୍କରେ ରାଜ୍ୟର ସମସ୍ତ ରେଞ୍ଜ ଆଇଜି, ଡିଆଇଜି, ଜିଲ୍ଲା ଏସପି/ଡିଏସପି ଏବଂ କଟକ ଓ ରାଉରକେଲା ରେଳବାଇ ଏସପି ସହିତ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ରାଜ୍ୟରେ ଜଣେ ପୁଲିସ କର୍ମଚାରୀ କିମ୍ବା ଅଧିକାରୀ କରୋନା ପଜିଟିଭ ଚିହ୍ନଟ ହେଲେ କି ପ୍ରକାର ପଦକ୍ଷେପ ଜିଲ୍ଲା ପୁଲିସ ଗ୍ରହଣ କରିବ, ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସାମ୍ପ୍ରତିକ ପରିସ୍ଥିତିରେ ଅଭିଯୁକ୍ତଙ୍କ ଗିରଫ, ରିମାଣ୍ଡ ଓ ହାଜତ ପାଇଁ ଆଚରଣ ବ୍ୟବସ୍ଥା କିପରି କରାଯିବ, ସେ ନେଇ ଅନୁଧ୍ୟାନ କରାଯାଇଥିଲା । ପୁରୀ କୁମ୍ଭାରପଡ଼ା ଥାନା, ଭୁବନେଶ୍ୱର କ୍ୟାପିଟାଲ ଥାନା ଏବଂ କଟକର ଚାଉଳିଆଗଞ୍ଜ ଥନା ଏବଂ ବାରଙ୍ଗ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ ପରେ କରୋନା ପଜିଟିଭ ଜଣାପଡ଼ିଥିବାରୁ ପୁଲିସ ପାଇଁ ଚିନ୍ତା ବଢ଼ିଯାଇଛି । ସେ ପ୍ରସଙ୍ଗରେ ଡିଜି ଆଲୋଚନା କରିଥିଲେ । ଏହା ବ୍ୟତୀତ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ କ୍ଷେତ୍ରରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ଡିଜି ନିଦେ୍ର୍ଧଶ ଦେଇଥିବା ଜଣାପଡ଼ିଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook