Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ

    Share on :
    ajab-Image
    Date: Aug 1, 2020    Views: 3365

    ଗଞ୍ଜାମ: କରୋନା ସଂକ୍ରମଣକୁ ଦୃଷ୍ଟି ରଖି ଗଞ୍ଜାମରେ ସବୁ ପ୍ରବେଶ, ପ୍ରସ୍ଥାନ ପଥ ବନ୍ଦ ରହିବ  ବୋଲି ଜିଲ୍ଲାପାଳ କହିଛନ୍ତି ।  ବ୍ରହ୍ମପୁରରେ ବି ସବୁ ପ୍ରବେଶ/ପ୍ରସ୍ଥାନ ପଥ ଉପରେ କଟକଣା ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି । 

    ଏହାଛଡ଼ା ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ପ୍ରବେଶ ଉପରେ କଟକଣା ରହିବ ।  ସକାଳ ୫ଟାରୁ ଅପରାହ୍ନ ୪ଟା ଯାଏଁ ଦୋକାନ ବଜାର ଖୋଲା ରହିବ ।  ୫ ସୂତ୍ରୀ କାର୍ଯ୍ୟକ୍ରମ ଅନୁସାରେ ନିୟମ ମାନି ଦୋକାନ ଖୋଲିବାକୁ ଅନୁମତି ମିଳିବ ।  ଦୋକାନୀମାନେ ସାମାଜିକ ଦୂରତ୍ୱ ମାନିବେ, ମାସ୍କ ପିନ୍ଧିବେ ।  ଦୋକାନକୁ ଆସୁଥିବା ସମସ୍ତ ଗ୍ରାହକଙ୍କ କଣ୍ଟାକ୍ଟ ଡିଟେଲ ଦୋକାନୀ ରଖିବେ ।  ଦୋକାନ ଆଗରେ ଦୋକାନୀମାନେ ସର୍କଲ ଓ ବ୍ୟାରିକେଡ କରିବେ ।  ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ ।  ମୁହଁରେ ମାସ୍କ ଠିକରେ ନପିନ୍ଧିଲେ  ଜୋରିମାନା ଆଦାୟ ହେବ  ।  ଗଞ୍ଜାମରେ ଏବେ ଡୋର ଟୁ ଡୋର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି ।  ଲକଡାଉନ ଓ ଅନ୍ୟ କଟକଣା ଯୋଗୁଁ କରୋନା ସଂକ୍ରମଣ କମିଛି ବୋଲି ଜିଲ୍ଲାପାଳ କହିଛନ୍ତି ।

     ସେହିପରି ଅମ୍ଳଜାନ ସ୍ତର କମିବା ଯୋଗୁଁ ଅଧିକାଂଶ ଆକ୍ରାନ୍ତଙ୍କ ମୃତୁ୍ୟ ହେଉଛି ।  କୌଣସି ଲକ୍ଷଣକୁ ନଲୁଚାଇ ଦେହ ଖରାପ ହେଲେ ଡାକ୍ତରଙ୍କୁ ଦେଖାନ୍ତୁ ।  ଅଗଷ୍ଟରେ ଆମକୁ ଆହୁରି ସତର୍କ ହେବାକୁ ପଡ଼ିବ ବୋଲି ଜିଲ୍ଲାପାଳ କହିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook