Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭୁବନେଶ୍ୱରରେ ୨୫ ପଜିଟିଭ, ୨୩ ଲୋକାଲ କେସ

    Share on :
    ajab-Image
    Date: Jun 29, 2020    Views: 3007

    ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ୱରେ ଦିନକୁ ଦିନ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।  ସୋମବାର ଭୁବନେଶ୍ୱରରେ ପୁଣି ୨୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସବୁଠାରୁ ବଡ଼ କଥା ହେଲା ଯେ, ୨୫ ଜଣଙ୍କ ମଧ୍ୟରୁ ୨୩ ଲୋକାଲ କେସ ହୋଇଥିବା ଜଣାଯାଇଛି । ବାକି ୨ ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଜଣାଯାଇଛି । 

    ୨୩ ଲୋକାଲ କେସରୁ ମଞ୍ଚେଶ୍ୱର ଅଞ୍ଚଳରୁ ୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ସାମନ୍ତରାପୁରରୁ ୨ ଚିହ୍ନଟ ହୋଇଥିବାବେଳେ ଜଣେ କ୍ୱାରେଣ୍ଟାଇନ ସେଣ୍ଟରର କର୍ମଚାରୀ ବୋଲି ଜଣାଯାଇଛି ।  ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ସେହିପରି ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨ ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି ।  ପାସପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪ ପଜିଟିଭ ହୋଇଥିବାବେଳେ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଆଜି ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

    ଏହାଛଡ଼ା ଏକ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷୀୟା ମହିଳା କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ନୀଳାଦ୍ରିବିହାର ବୁଦ୍ଧପାର୍କ ଅଞ୍ଚଳରୁ ଜଣେ ମହିଳା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

    ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

    Maximum 500 characters

    ତାଜା ଖବର View all

    Find Us on Facebook