Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କରୋନାର ଆଉ ୩ ନୂଆ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ

    Share on :
    ajab-Image
    Date: Jun 29, 2020    Views: 2736

    ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ସର୍ବୋଚ୍ଚ ସ୍ୱାସ୍ଥ୍ୟ ସଂଗଠନ ‘ଦ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପି୍ରଭେନସନ’ (ସିଡିସି) ଦ୍ୱାରା କରୋନା ଭୂତାଣୁ ସଂକ୍ରମଣର ଆଉ ତିନିଟି ନୂଆ ଲକ୍ଷଣ ସାମିଲ କରାଯାଇଛି । ଏହି ନୂତନ ଲକ୍ଷଣ ସବୁ ହେଉଛି ନାସିକା ରୁନ୍ଧି ବା ସିଙ୍ଘାଣି ବାହାରିବା, ବାନ୍ତି ବାନ୍ତି ଲାଗିବା ଏବଂ ତରଳ ଝାଡ଼ା ହେବା । ଏଯାବତ ‘ସିଡିସି’ ଏହି ମହାମାରୀ ଭୂତାଣୁ ସଂକ୍ରମଣର ୧୨ଟି ଲକ୍ଷଣ ତାଲିକାଭୁକ୍ତ କରିଥିଲା । ଏହା ପୂର୍ବରୁ ସିଡିସି ଜ୍ୱର, ଥଣ୍ଡା, କାଶ, ଅଣନିଃଶ୍ୱାସୀ, ଅବସନ୍ନତା, ଦେହହାତ ଓ ମାଂସପେଶୀ ଘୋଳାବିନ୍ଧା, ମୁଣ୍ଡବିନ୍ଧା, ସ୍ୱାଦ ବାରିବା ଓ ଘ୍ରାଣ ଶକ୍ତି ନଷ୍ଟ ହେବା, ତଣ୍ଟି ଦରଜ ଆଦିକୁ କରୋନା ସଂକ୍ରମଣ ଲକ୍ଷଣ ଭାବେ ତାଲିକାଭୁକ୍ତ କରିଥିଲା । ସିଡିସି ୱେବସାଇଟ ଅନୁସାରେ କରୋନା ଦ୍ୱାରା ଆକ୍ରାନ୍ତ ରୋଗୀମାନଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ସମଷ୍ଟି ଦେଖାଯାଇଥାଏ । ସେମିତି ସଂକ୍ରମଣ ଜନିତ ଅସୁସ୍ଥତାର ଅବସ୍ଥା ମଧ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଭିନ୍ନ ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook