Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆମେରିକାରେ ୨ କୋଟି !

    Share on :
    ajab-Image
    Date: Jun 27, 2020    Views: 4018

    ନୂଆଦିଲ୍ଲୀ: କରୋନା ମହାମାରୀ ସମଗ୍ର ବିଶ୍ୱରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ବିଶ୍ୱରେ ଏ ପର୍ଯ୍ୟନ୍ତ ୯୭ ଲକ୍ଷ ୮୦ ହଜାରରୁ ଅଧିକ ଲୋକ ସଂଗ୍ରମିତ ଥିବା ବେଳେ ୪ ଲକ୍ଷ ୯୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୮୦ ହଜାର ୫୭୩ ଜଣ ସଂକ୍ରମିତ ହୋଇଛନ୍ତି ଓ ୫ ହଜାର ୧୭୯ ଜଣଙ୍କ ମୃତୁ୍ୟ ହୋଇଛି । ଅନ୍ୟ ପକ୍ଷରେ ୫୨ ଲକ୍ଷ ୯୮ ହଜାରରୁ ଅଧିକ ଲୋକ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ।
    କରୋନା ଯୋଗୁଁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଆମେରିକା । ସେଠାରେ ଏ ପର୍ଯ୍ୟନ୍ତ ୨୫ ଲକ୍ଷ ୧୨ ହଜାର ୨୦୭ ଜଣ ସଂକ୍ରମିତ ହୋଇଛନ୍ତି ଓ ୧ ଲକ୍ଷ ୨୬ ହଜାର ୯୧୩ ଜଣଙ୍କ ମୃତୁ୍ୟ ହୋଇଛି । ଦେଶରେ ୪୦ ହଜାର ନୂଆ ମାମଲା ସାମନାକୁ ଆସିଥିଲା ବେଳେ ୬୪୯ ଜଣଙ୍କ ମୃତୁ୍ୟ ହୋଇଥିଲା । ତେବେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁଯାୟୀ ଦେଶରେ ଯେତିକି ଲୋକ ସଂକ୍ରମିତ ବୋଲି ତଥ୍ୟ ଦିଆଯାଇଛି ତା’ଠାରୁ ୧୦ ଗୁଣ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସେମାନଙ୍କ କହିବା କଥା ଦେଶରେ ପ୍ରାୟ ୨ କୋଟି ୪ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି । ଏହି ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୮ ପ୍ରତିଶତରୁ ଅଧିକ ବୋଲି ସେମାନେ କହିଛନ୍ତି । ପୂର୍ବରୁ ସିଡିସିପି (ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପି୍ରଭେନସନ) ଏବଂ ଦେଶର ବିଶିଷ୍ଟ ସଂକ୍ରମଣ ରୋଗ ବିଶେଷଜ୍ଞ ଡକ୍ଟର ଆନ୍ଥୋନୀ ଫୌସି କହିଥିଲେ ଯେ ପ୍ରାୟ ୨୫ ପ୍ରତିଶତ ସଂକ୍ରମିତ ରୋଗୀଙ୍କ ଠାରେ ଆଦୌ କରୋନାର ଲକ୍ଷଣ ଦେଖାଯାଉନାହିଁ ।
    ସେହିଭଳି ସର୍ବାଧିକ ସଂକ୍ରମିତ ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ଗତ ୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ୧୧୮୦ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ଦେଶରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୩ ହଜାର ୧୪୭ କୁ ବୃଦ୍ଧି ପାଇଥିଲା ବେଳେ ମୃତୁ୍ୟ ସଂଖ୍ୟା ୫୫ ହଜାର ଅତିକ୍ରମ କରିଛି । ତୃତୀୟ ସ୍ଥାନରେ ଥିବା ରୁଷରେ ମଧ୍ୟ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି । ଦେଶରେ ଏ ପର୍ଯ୍ୟନ୍ତ ୬ ଲକ୍ଷ ୨୦ ହଜାର ୭୯୪ ଜଣ ସଂକ୍ରମିତ ହୋଇସାରିଥିଲା ବେଳେ ମୃତୁ୍ୟସଂଖ୍ୟା ୮ ହଜାର ୭୮୧ କୁ ବୃଦ୍ଧି ପାଇଛି । ଅନ୍ୟପଟେ କରୋନାର ଉପôତ୍ତି ସ୍ଥଳ ଚୀନରେ ଆଉ ୧୩ ନୂଆ ମାମଲା ସାମନାକୁ ଆସିଛି । ସେହିଭଳି ମେକ୍ସିକୋରେ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଥିବା ବେଳେ ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୫ ହଜାର ଟପିଥିବା ଜଣାପଡ଼ିଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook