ମୁଖ୍ୟ ଖବର
ଭୋପାଳ: ମଧ୍ୟପ୍ରଦେଶର ରାୟସେନ ଜିଲ୍ଲାର ମଣ୍ଡିଦୀପରେ ଜଣେ ନବବିବାହିତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ନବବଧୂଙ୍କୁ ଶ୍ୱଶୁରଘରୁ ସିଧା ହସ୍ପିଟାଲ ନିଆଯାଇଛି ।
ରିପୋର୍ଟ ଅନୁସାରେ କରୋନା ସଂକ୍ରମଣ ପାଇଁ ଲାଗୁ ହୋଇଥିବା ଲକଡାଉନ ମଧ୍ୟରେ ଭୋପାଳର ଜାଟଖେଡି ଅଞ୍ଚଳରେ ରହୁଥିବା ନବବିବାହିତାଙ୍କ ବିବାହ ମେ ୧୮ ତାରିଖରେ ମଣ୍ଡିଦୀପର ସତଲାପୁର ନିବାସୀ ଜଣେ ବ୍ୟକ୍ତିଙ୍କ ସହ ହୋଇଥିଲା । ବିବାହର ୩ ଦିନ ପୂର୍ବରୁ କନ୍ୟାଙ୍କର କରୋନା ପରୀକ୍ଷା କରାଯାଇଥିଲା । ତେବେ ବିବାହ ଦିନ ତାଙ୍କର ଶରୀର ଅସୁସ୍ଥ ଥିଲା । ବିବାହ ପରେ ସେ ଶ୍ୱଶୁରଘରକୁ ଆସିଥିଲେ । ଦୁଇ ଦିନ ପରେ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ସେହି ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ତାଙ୍କୁ ଶ୍ୱଶୁର ଘରୁ ଭୋପାଳ ଏମସକୁ ପଠାଯାଇଛି । ନବବିବାହିତାଙ୍କ ପରିବାର ସମେତ ୩୨ ଜଣଙ୍କୁ କ୍ୱାରେଣ୍ଟାଇନ କରାଯାଇଛି ।
ଏହି ଘଟଣାରେ ଅବଦୁଲ୍ଲାନଗର ବିଏମଓ ଡାକ୍ତର ଅରବିନ୍ଦ ସିଂହ ଚୌହ୍ୱାନ କହିଛନ୍ତି, ମଣ୍ଡିଦୀପରେ ଏ ପର୍ଯ୍ୟନ୍ତ ୪ଟି କରୋନା ମାମଲା ସାମ୍ନାକୁ ଆସିଥିଲା । ସଂକ୍ରମିତମାନେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇସାରିଥିଲେ । ଏବେ ନବବଧୂଜଣକ ପଞ୍ଚମ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।
Comments ସମସ୍ତ ମତାମତ