Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟରେ କରୋନା ମୃତୁ୍ୟହାର ୦.୫୭%

    Share on :
    ajab-Image
    Date: May 21, 2020    Views: 3609

    ଭୁବନେଶ୍ୱର: ରାଜ୍ୟରେ କରୋନା ଜନିତ ମୃତୁ୍ୟହାର ୦.୫୭ ପ୍ରତିଶତ ରହିଛି । ରାଜ୍ୟରେ ଏବେ ୧୦୫୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କର ମୃତୁ୍ୟ ହୋଇଛି । ଦେଶରେ ୧ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ରାଜ୍ୟ ତୁଳନାରେ ଓଡ଼ିଶାର ମୃତୁ୍ୟହାର ସବୁଠାରୁ କମ୍‍ । ଦେଶରେ ସର୍ବାଧିକ ମୃତୁ୍ୟହାର ଥିବା ରାଜ୍ୟ ହେଉଛି ପଶ୍ଚିମବଙ୍ଗ ।

    କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଦେଶରେ ୧ ହଜାରରୁ ଅଧିକ ସଂକ୍ରମିତ ଥିବା ୧୫ଟି ରାଜ୍ୟ ରହିଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୩୭୧୩୬ ଜଣ କରୋନା ପଜିଟିଭ ଥିବା ବେଳେ ମୃତୁ୍ୟ ହାର ରହିଛି ୩.୫୬ ପ୍ରତିଶତ । ଦ୍ୱିତୀୟ ସଂକ୍ରମିତ ରାଜ୍ୟ ତାମିଲନାଡୁରେ ୧୨୪୪୮ ଜଣ ପଜିଟିଭଙ୍କ ମଧ୍ୟରେ ମୃତୁ୍ୟହାର ୦.୬୭ ପ୍ରତିଶତ ରହିଛି । ଗୁଜୁରାଟରେ ମୃତୁ୍ୟହାର ୫.୯୨ ପ୍ରତିଶତ ରହିଥିବା ବେଳେ ଦିଲ୍ଲୀରେ ୧.୫୯, ଆନ୍ଧ୍ରରେ ୨, ବିହାରରେ ୦.୬୦, ଜମ୍ମୁ କାଶ୍ମୀରରେ ୧.୨୯, କର୍ଣ୍ଣାଟକରେ ୨.୮୬, ମଧ୍ୟପ୍ରଦେଶରେ ୪.୭୨, ପଞ୍ଜାବରେ ୧.୮୯, ରାଜସ୍ଥାନରେ ୨.୪୪, ତେଲେଙ୍ଗାନାରେ ୨.୩୨, ଉତ୍ତରପ୍ରଦେଶରେ ୨.୪୯ ପ୍ରତିଶତ ରହିଛି । ରାଜ୍ୟରେ ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ବାଦ ଦେଲେ ଅନ୍ୟମାନେ ଜଟିଳ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ଥିଲେ । ଅଧିକାଂଶଙ୍କ ବୟସ ୭୦ ରୁ ଅଧିକ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଏ ପର୍ଯ୍ୟନ୍ତ ୬୦ ରୁ ଅଧିକ ମାତ୍ର ୪୭ ଜଣ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook