Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କରୋନା ପାଇଁ ପରିବାର ଲୋକ ବି ଛୁଇଁଲେନି ଶବ

    Share on :
    ajab-Image
    Date: May 20, 2020    Views: 3557

    ସମ୍ବଲପୁର : କରୋନା କିଭଳି ସାମାଜିକ ସ୍ଥିତିକୁ ଦୋହଲାଇ ଦେଇଛି ତାହାର ଏକ ନଜିର ସମ୍ବଲପୁର ଜିଲ୍ଲା ମହୁଲପାଲି ଥାନା ବାଲିତୁରେଇ ଗ୍ରାମରେ ଘଟିଥିବା ଏକ ଘଟଣାରୁ ଜଣାପଡ଼ିଛି । ଗାଁ ଲୋକଙ୍କ କଥା ଛାଡ଼, ନିଜ ପରିବାର ଲୋକ ଶେଷ ସମୟରେ ତାଙ୍କ ପାଖ ମାଡ଼ି ନଥିଲେ । ଯୁବକଙ୍କ ମୃତୁ୍ୟ ହୋଇଯିବା ପରେ ପରିବାର କି ଗାଁ ଲୋକଙ୍କ ତାଙ୍କ ଶବକୁ ଛୁଇଁ ନଥିଲେ । କେଉଁ କାରଣରୁ ତାଙ୍କର ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଗାଁ ଲୋକ କରୋନା ଆଶଙ୍କା କରି ତାଙ୍କ ପାଖକୁ ଯାଇନଥିଲେ । ଏହାକୁ ନେଇ ଗାଁରେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା ।


    ସୂଚନା ଅନୁଯାୟୀ, ଏହି ଗାଁର ମାର୍ଶାଲ ମୁଣ୍ଡା (୪୦) ସୋମବାର ସନ୍ଧ୍ୟାରେ ମୃତୁ୍ୟ ହୋଇଥିଲା । ବାହାର ରାଜ୍ୟରୁ ଆସିଥିବାରୁ ତାଙ୍କ ମୃତୁ୍ୟକୁ ନେଇ ଗାଁ ଲୋକ ସନେ୍ଦହ ପ୍ରକାଶ କରିଥିଲେ । ଖବର ପାଇଁ ପୁଲିସ ଗାଁରେ ପହଞ୍ଚି ଶବ ନେଇ ବ୍ୟବଚ୍ଛେଦ କରାଯାଇଥିଲା । ମୃତ ମାର୍ଶାଲ ରୋଜଗାର ଆଶାରେ ଛତିଶଗଡ଼ ରାୟଗଡ଼ ଯାଇଥିଲେ । ସେଠାରେ ଜାମଗାଁର ଏକ ଆଇରନ ଫ୍ୟାକ୍ଟି୍ରରେ ଶ୍ରମିକ ଭାବେ କାମ କରୁଥିଲେ । ସେଠାରେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଘରକୁ ନେଇଯିବାକୁ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରେ ସେ କାମ କରୁଥିବା କମ୍ପାନୀ ପକ୍ଷରୁ ଏକ ଗାଡ଼ିରେ ଗତ ୧୮ ତାରିଖରେ ତାଙ୍କୁ କନକତୋରା ନିକଟସ୍ଥ ନାକାଡେରା ଚେକଗେଟରେ ଛାଡ଼ି ଦିଆଯାଇଥିଲା । ସେଠାରୁ ସେ ଏକ ବାଇକରେ ଗାଁକୁ ଫେରିଥିଲେ । ମାତ୍ର ବାହାର ରାଜ୍ୟରୁ ଆସିଥିବା ସମ୍ପର୍କରେ ସେ ପ୍ରଶାସନ କିମ୍ବା ପୁଲିସକୁ କିଛି ସୂଚନା ଦେଇ ନଥିଲେ । ସୋମବାର ସନ୍ଧ୍ୟାରେ ମାର୍ଶାଲ ବାଲିତୁରେଇରେ ପହଞ୍ଚିଥିଲେ । ଘରେ ପହଞ୍ଚିବା ପରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ । ମେଡିକାଲକୁ ନେବା ପୂର୍ବରୁ ତାଙ୍କର ମୃତୁ୍ୟ ହୋଇଯାଇଥିଲା । କରୋନା ଯୋଗୁଁ ତାଙ୍କର ମୃତୁ୍ୟ ହୋଇଥିବା ସନେ୍ଦହ କରି କେହି ତାଙ୍କ ପାଖ ମାଡ଼ି ନଥିଲେ ।


    ଖବର ପାଇ ମହୁଲ ପାଲି ପୁଲିସ ଓ ବାମରା ତହସିଲଦାର ଶବକୁ କୁଚିଣ୍ଡା ଆଣି ବ୍ୟବଚ୍ଛେଦ କରାଇ ଗାଁକୁ ନେଇଥିଲେ । ମାତ୍ର, ଗ୍ରାମର ଲୋକ କିମ୍ବା ତାଙ୍କ ପରିବାର ତାର ଶବ ସଂସ୍କାର କରିବା ପାଇଁ କେହି ପାଖକୁ ନ ଆସିବାରୁ ମହୁଲପାଲି ଥାନା ଅଧିକାରୀ ଜ୍ୟୋତ୍ସ୍ନା ବେହେରା ଓ ବାମରା ତହସିଲଦାର ଅନିଲ କୁଲୁ ଉପସ୍ଥିତ ରହି ଏହି କାମକୁ ସମ୍ପୂର୍ଣ୍ଣ କରିଥିଲେ । ଘଟଣା ନେଇ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ହୋଇଛି । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କେଉଁ କାରଣରୁ ତାଙ୍କର ମୃତୁ୍ୟ ହୋଇଛି ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି । 

     

    Maximum 500 characters

    ରାଜ୍ୟ ଖବର View all

    Find Us on Facebook