Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    କରୋନା ରୋଗୀଙ୍କ ଠାରେ ଦେଖାଦେଇପାରେ ଏଭଳି ସମସ୍ୟା

    Share on :
    ajab-Image
    Date: May 15, 2020    Views: 2581

    କରୋନା  ରୋଗୀଙ୍କ ଧମନୀରେ ଜମାଟ ବାନ୍ଧୁଛି ରକ୍ତ 

    କରୋନା ଭୂତାଣୁ ସଂକ୍ରମିତ ରୋଗୀଙ୍କ ଧମନୀରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ଦେଖିବାକୁ ମିଳିଛି । ଡ.ୱେଙ୍ଗର୍ଟର ଯେଉଁ ୩୮ ବର୍ଷୀୟ ରୋଗୀଙ୍କ ଉପଚାର ଅଧ୍ୟୟନ କରିଥିଲେ, ତାଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳିଥିଲା । ତାଙ୍କ ମୁଖ୍ୟ ଧମନୀରେ ଏକ ବଡ଼ ଅଂଶରେ ରକ୍ତ ଜମାଟ ବାନ୍ଧିଥିଳା । ଯେଉଁ ସ୍ଥାନରୁ ଧମନୀ ଦୁଇ ଭାଗ ହୋଇ ଦୁଇ ଗୋଡ଼କୁ ବିସ୍ତାର କରିଛି, ଠିକ୍‍ ସେହିଠାରେ ରକ୍ତ ଜମାଟ ବାନ୍ଧିଥିଲା । ଏହା ଦ୍ୱାରା ଉଭୟ ଗୋଡ଼କୁ ରକ୍ତ ପ୍ରବାହ ହୋଇପାରିନଥିଲା । ଫଳରେ ତାଙ୍କ ଗୋଡ଼ ଅକାମୀ ହୋଇଯାଇଥିଲା । ସେ ଚାଲିପାରି ନଥିଲେ । ଫଳରେ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡ଼ିଥିଲା ।

    ଫୁସଫୁସରେ ବି ରକ୍ତ ଜମାଟ ସମସ୍ୟା
    ଅନ୍ୟ କେତେକ ଡାକ୍ତରଙ୍କୁ ନେଇ ଗଠିତ ଟିମ ଦର୍ଶାଇଛି ଯେ ଯୁବ ରୋଗୀଙ୍କ ଠାରେ ଏହା ଷ୍ଟ୍ରୋକ ବା ଆଘାତ ଭଳି ସମସ୍ୟା ସୃଷ୍ଟି କରୁଛି । ଫୁସଫୁସରେ ରକ୍ତ ଜମାଟ ବାନ୍ଧିବା ନେଇ ଆଶଙ୍କା ରହିଛି । ଡ.ଓରେନ ଫି୍ରଡମ୍ୟାନଙ୍କ ମୁତାବକ ଅତ୍ୟନ୍ତ କ୍ଷୁଦ୍ର ରକ୍ତ କଣିକାରେ ଜମାଟ ଭଳି ସ୍ଥିତି ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତିରେ ରୋଗୀମାନଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଇବାକୁ ପଡୁଛି । ଲସ ଆଞ୍ଜେଲସସ୍ଥିତ ସେଡାର୍ସ ସିନାଇ ମେଡିକାଲ ସେଣ୍ଟରେ ଏଭଳି ଜଣେ ରୋଗୀଙ୍କ ଚିକିତ୍ସା କରାଯାଇଥିବା ଡ.ଫି୍ରଡମ୍ୟାନ କହିଛନ୍ତି ।ସେ କହିଛନ୍ତି, କରୋନା ଭୂତାଣୁ ଏହାର ଗୁଣବତ୍ତାକୁ ବଦଳାଇବାରେ ଲାଗିଛି । ପୂର୍ବରୁ ଏହା କେବଳ ଶ୍ୱାସଜନିତ ସମସ୍ୟା ସୃଷ୍ଟି କରୁଥିଲା । ଏବେ କିନ୍ତୁ ଏହା ପୂରା ଶରୀରକୁ କ୍ଷତି ପହଞ୍ଚାଉଛି । ଆଗକୁ ଏହି ସମସ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା ରହିଛି । ସେ କହିଛନ୍ତି ଶରୀରର ପ୍ରତ୍ୟେକ ଅଙ୍ଗକୁ ରକ୍ତ ପ୍ରବାହିତ ହେଉଛି । କରୋନା ଯୋଗୁଁ ରକ୍ତ ଜମାଟ ସମସ୍ୟା ଦେଖାଦେଇଥିବାରୁ ସମଗ୍ର ଶରୀର ପ୍ରଭାବିତ ହେବାଟା ଅସମ୍ଭବ ନୁହେଁ । ତେଣୁ କ୍ତ କଣିକା ପ୍ରଭାବିତ ହେଲେ ଅଙ୍ଗପ୍ରତ୍ୟଙ୍ଗ ପ୍ରତି କ୍ଷତି ପହଞ୍ଚିବ ।

    ଏକାଧିକ ଅଙ୍ଗ ଅଚଳ ହୋଇପାରେ
    ଅଧିକାଂଶ କରୋନା ମାମଲାରେ ରୋଗୀଙ୍କ ଠାରେ ଶ୍ୱାସକି୍ରୟା ଜନିତ ସମସ୍ୟା ଦେଖିବାକୁ ମିଳୁଛି । ତେବେ ବର୍ତ୍ତମାନ ଆସୁଥିବା କେତେକ ଲକ୍ଷଣରୁ ଜଣାପଡ଼ୁଛି ଯେ କରୋନା ସଂକ୍ରମିତ ଲୋକଙ୍କର ଏକାଧିକ ଅଙ୍ଗ ପ୍ରଭାବିତ ହୋଇପାରେ । ପିଲାମାନଙ୍କର ପ୍ରତିରୋଧକ କ୍ଷମତାକୁ ଏହା ପ୍ରଭାବିତ କରୁଛି । କିଛି ରୋଗୀଙ୍କର ପୂରା ଶରୀରକୁ କରୋନା ଭୂତାଣୁ କବଳିତ କରୁଛି । କିନ୍ତୁ ଅଧିକାଂଶ ରୋଗୀଠାରେ ଜ୍ୱର, ନିମୋନିଆ, ଶ୍ୱାସକି୍ରୟା ସମସ୍ୟା ଦେଖାଦେଉଛି । ଡାକ୍ତରଙ୍କ ମୁତାବକ ଏହି ଭୂତାଣୁ ସିଧାସଳଖ ଭାବେ କିଛି ଅଙ୍ଗ ପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇପାରେ । ରକ୍ତ କଣିକା ଉପରେ ଏହା ଆକ୍ରମଣ କରି ଅସ୍ୱାଭାବିକ ରକ୍ତ ଜମାଟ ପରିସ୍ଥିତି ସୃଷ୍ଟି କରିପାରେ ।

    Maximum 500 characters

    ବିଶେଷ View all

    Find Us on Facebook