Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କେନ୍ଦ୍ରାପଡ଼ାରେ ଆଉ ୧୩ ପଜିଟିଭ

    Share on :
    ajab-Image
    Date: May 14, 2020    Views: 2768

    ଭୁବନେଶ୍ୱର: ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ସାରା ଓଡ଼ିଶାକୁ କବଳିତ କରିବା ପାଇଁ ଉଦ୍ୟମ ଚଳାଇଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଗତିରେ ଓଡ଼ିଶା ଫେରନ୍ତା ପ୍ରବାସୀମାନେ ସାମିଲ ହେବା ପଳରେ ନିଆଁରେ ଘିଅ ଢାଳିବା ସଦୃଶ ମହାମାରୀ ବ୍ୟାପିରେ ଲାଗିଛି ।  ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି । 

     ଏହାରି ଭିତରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଆଉ ୧୩ କରୋନା ପଜିଟିଭ ଚିହ୍ନଟ  ହୋଇଛନ୍ତି ।  ନୂଆ ୧୩ ପଜିଟିଭ ଚିହ୍ନଟ ନେଇ ଜିଲ୍ଲାପାଳ ଟ୍ୱିଟ କରିଛନ୍ତି ।  ନୂଆ ୧୩କୁ ମିଶାଇ କେନ୍ଦ୍ରାପଡ଼ାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି ।  ସମସ୍ତ ଆକ୍ରାନ୍ତ ସୁରଟ ଫେରନ୍ତା ହୋଇଥିବା ଜଣାଯାଇଛି । ସେମାନେ ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା ବ୍ଲକର ବୋଲି ଜଣାଯାଇଛି । ସେମାନେ ସମସ୍ତେ କ୍ୱାରେଣ୍ଟାଇ ସେଣ୍ଟରେ ଥିଲେ ।  କ୍ୱାରେଣ୍ଟାଇନ ସେଣ୍ଟରରେ  ଥିବାରୁ ସେମାନଙ୍କର କମୁ୍ୟନିଟି ସମ୍ପର୍କ ନଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।  ଏହାଛଡ଼ା ଏଯାଏ ବାହାର ରାଜ୍ୟରୁ ୫ ହଜାର  ପ୍ରବାସୀ ଆସିଥିବା ସେ କହିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook