Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ରାଜ୍ୟରେ ଆଉ ୧୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭାରତରେ ୪ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଇଦ ଶୁଭେଚ୍ଛା

କାମାକ୍ଷାନଗର: ଭୁଜାଲି ଦେଖାଇ ୩ ଲକ୍ଷ ଲୁଟ

ଶୀଘ୍ର ଚାଲିବ ‘ମୋ ବସ’, କେଉଁ ରୁଟରେ କେତେ ବସ ଚାଲିବ ମଙ୍ଗଳବାର ନିଷ୍ପତ୍ତି

banner

ଆଂଚଳିକ

ମୁଖ୍ୟ ଖବର

    ଆଉ ୨ ପଜିଟିଭ ଚିହ୍ନଟ, ମୋଟ ୧୫୬

    Share on :
    ajab-Image
    Date: May 2, 2020    Views: 3097

    ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି ।  ଆଜି ସକାଳେ ଯାଜପୁରରେ ୫କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ପୁଣି  ଜିଲ୍ଲାରେ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉଭୟ ପୁରୁଷ ହୋଇଥିବାବେଳେ ଜଣଙ୍କ ବୟସ ୪୮ ଓ ଅନ୍ୟ ଜଣଙ୍କ ବୟସ ୫୫ । ଉଭୟ ଯାଜପୁର ଜିଲ୍ଲା ବରୀ ବ୍ଲକର ବୋଲି ଜଣାଯାଇଛି । ଉଭୟ ଆକ୍ରାନ୍ତ କୋଲକାତା ଫେରନ୍ତା ବୋଲି ଜଣାଯାଇଛି । ଉଭୟ କୋଲକାତାରୁ ଫେରିଥିବାବେଳେ ସେମାନଙ୍କ ପାଖରେ କୌଣସି ଲକ୍ଷଣ ନଥିଲା । ଫଳରେ ସେମାନଙ୍କୁ କ୍ୱରେଣ୍ଟାଇନରେ ରଖାଯାଇଥିଲା । ତେବେ ଆଜି ସେମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି ।   ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟରୁ ଏହି ସୂଚନା ମିଳିଛି ।  ଫଳରେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସହଂଖ୍ୟା ୪୭ରେ ପହଞ୍ଚିଛି । ଅନ୍ୟପକ୍ଷରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଛି । 

    ଆଜି ସକାଳେ ଯାଜପୁରରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।  ଯାଜପୁର ବ୍ଲକ ନାଥସାହିରୁ ଜଣେ , ବାସୁଦେବପୁରରୁ ୨ ଜଣ, ବରି ବ୍ଲକ କଳାମାଟିଆ ଗାଁରୁ ଜଣେ , ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ଗାଁରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ୫ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପୁରୁଷ ଓ ୨ ଜଣ ମହିଳା ଅଛନ୍ତି । ୩ ଜଣ ପୁରୁଷଙ୍କ ବୟସ ଯଥାକ୍ରମେ ୨୮ ବର୍ଷ, ୫୬ ବର୍ଷ ଓ ୬୩ ବର୍ଷ । ୨ ଜଣ ମହିଳାଙ୍କ ବୟସ ହେଉଛି ୨୪ ଓ ୬୦ ବର୍ଷ । ଏହି ସମସ୍ତ ଆକ୍ରାନ୍ତଙ୍କର କୋଲକାତା ଲିଙ୍କ୍ ରହିଛି । କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏମାନଙ୍କର ଗସ୍ତ ବିବରଣୀ ଓ କଂଟାକ୍ଟ ଟ୍ରେସିଂ ଖୋଜା ଖୋଜି ଆରମ୍ଭ ହୋଇଛି ।

    Maximum 500 characters

    ଆଂଚଳିକ View all

    Find Us on Facebook