Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଛତିଶଗଡ଼ ସୁକମାରେ ଏନକାଉଣ୍ଟର. ୪ ମାଓବାଦୀ ନିହତ

banner

ସ୍ୱାସ୍ଥ୍ୟବିଜ୍ଞାନ

ମୁଖ୍ୟ ଖବର

    କରୋନାକୁ ରୋକିବ ବିସିଜି ଟିକା!

    Share on :
    ajab-Image
    Date: Apr 3, 2020    Views: 2426

    ନୂଆଦିଲ୍ଲୀ: କରୋନାକୁ ବ୍ୟାପିବାରୁ ରୋକିବା ନିମନ୍ତେ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାକୁ ପୂରା ବିଶ୍ୱ ଏବେ ପ୍ରୟାସ ଚଳାଇଛି । ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ମଧ୍ୟ କରୋନା ନିରାକରଣ ଟିକା ପ୍ରସ୍ତୁତ କରିବାକୁ ଚେଷ୍ଟା ଚଳାଇଛି । ଟିକା ପ୍ରସ୍ତୁତ କରିବା ନିମନ୍ତେ ଆଇସିଏମଆରରେ କରାଯାଇଥିବା ଅଧ୍ୟୟନରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଟିବି ରୋକିବାକୁ ଟିକା ଭାବେ ବ୍ୟବହାର କରାଯାଉଥିବା ବିସିଜି ଇଞ୍ଜେକସନ କରୋନା ରୋକିବାରେ କାର୍ଯ୍ୟରେ ଆସିପାରିବ ବୋଲି ଜଣାପଡ଼ିଛି । ଅଧ୍ୟୟନ ମୁତାବକ ଭାରତ, ଆଫି୍ରକା ଆଦି ଦେଶରେ ପୂର୍ବରୁ ଟିବିର ପ୍ରକୋପ ପ୍ରବଳ ମାତ୍ରାରେ ଦେଖଯାଉଥିଲା । ଫଳରେ ଏହି ସବୁ ଦେଶ ସେମାନଙ୍କ ନାଗରିକମାନଙ୍କୁ ପିଲାଦିନରୁ ଟିବି ଟିକା ଦେଇଥାନ୍ତି । ଯାହା ସେମାନଙ୍କ ଶରୀରକୁ ଟିବି ସହ ଲଢ଼ିବାକୁ ପ୍ରସ୍ତୁତ କରାଇଥାଏ । ଯେଉଁ ସବୁ ଦେଶ ନିଜ ନାଗରିକମାନଙ୍କୁ ପିଲାଦିନରୁ ଟିବି ଟିକା ଦେଇଛନ୍ତି ସେଠାରେ କରୋନାର କମ ପ୍ରକୋପ ଦେଖିବାକୁ ମିଳିଛି । ଏଣୁ କରୋନାକୁ ରୋକିବାରେ ଟିବି ଟିକା ସହାୟକ ହେଉଥିବା ଅନୁମାନ କରାଯାଉଛି । ଉଲ୍ଲେଖଯୋଗ୍ୟ, ଟିବି ଟିକା ଯୋଗେ ଶରୀରରେ କ୍ରସ ଇମୁ୍ୟନିଟି ବିକଶିତ ହୋଇଥାଏ । ଏହା ଶରୀରରେ ଭାଇରସକୁ ବ୍ୟାପିବାକୁ ଦେଇନଥାଏ । ଫଳରେ ଉଭୟ କରୋନା ସଂକ୍ରମଣ ଏବଂ ମୃତୁ୍ୟ ହାର କମାଇବାରେ ଏହି ଟିକା ସହାୟକ ହେବ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି । ଭବିଷ୍ୟତରେ ବିସିଜି ଟିକାରେ ବ୍ୟବହୃତ ରସାୟନକୁ ନେଇ କରୋନା ଟିକା ପ୍ରସ୍ତୁତ କରାଯାଇପାରିବ ବୋଲି ଆଇସିଏମଆର ମୁଖ୍ୟ ତଥା ଏମ୍ସର ପୂର୍ବତନ ଡିନ ନରିନ୍ଦର ମେହେରା ପ୍ରକାଶ କରିଛନ୍ତି ।

    Maximum 500 characters

    ସ୍ୱାସ୍ଥ୍ୟବିଜ୍ଞାନ View all

    Find Us on Facebook