Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଦିଲ୍ଲୀ ଦଙ୍ଗା: ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି

କଟକ: କାର କାଚ ଭାଙ୍ଗି ୪ଲକ୍ଷ ଲୁଟ

ରାଜକନିକା: ବାଇକକୁ ପିଟି ଓଲଟିଲା ଓଟୋ, ମହିଳା ମୃତ, ୨ ଗୁରୁତର

ଭୁବନେଶ୍ୱର: ଶିଶୁ ବିକ୍ରି ଘଟଣାରେ ଆଉ ୩ ଗିରଫ

କୋରାପୁଟ: ଜଙ୍ଗଲରେ ଜୁଆ:୩ ଗିରଫ, ୧୫ ଫେରାର

ସ୍ପେଶାଲ ଫୋକସ ଷ୍ଟେଟ ଦାବି କଲେ ନବୀନ

ଭୁବନେଶ୍ୱରରେ ଅମିତ ଶାହା

banner

ଦେଶ ବିଦେଶ

ମୁଖ୍ୟ ଖବର

    କରାଳ ରୂପ ନେଲାଣି କରୋନା

    Share on :
    ajab-Image
    Date: Feb 14, 2020    Views: 4429

    ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ୧୫ ହଜାର, ମୃତୁ୍ୟସଂଖ୍ୟା ୧୩୭୦, ଆକ୍ରାନ୍ତ ସଂଖ୍ୟା ୬୦ ହଜାର ଡେଇଁଲା, କୋଲକତାରେ ୨ ଯାତ୍ରୀ ଆକ୍ରାନ୍ତ ଆଶଙ୍କା
    ନୂଆଦିଲ୍ଲୀ: ଚୀନ ପାଇଁ କରୋନା ଭାଇରସ ବୁଧବାର ଅତି ଘାତକ ସାବ୍ୟସ୍ତ ହୋଇଛି । ଗୋଟିଏ ଦିନରେ ୨୫୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଏ ପର୍ଯ୍ୟନ୍ତ ପ୍ରତିଦିନ ପ୍ରାଣ ହରାଉଥିବା ରୋଗୀଙ୍କ ସଂଖ୍ୟାକୁ ବିଚାରକୁ ନେଇ ଏହା ସର୍ବାଧିକ । ଏବେ କରୋନା ମୃତୁ୍ୟ ସଂଖ୍ୟା ୧୩୭୦ ରେ ପହଞ୍ଚିଛି । ଏମାନଙ୍କ ଭିତରୁ ୧୩୬୭ ଜଣ କେବଳ ଚୀନର ନାଗରିକ । ହଂକଂ, ଫିଲିପାଇନ୍ସ ଓ ଜାପାନରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି ।
    ଚୀନର ସ୍ୱାସ୍ଥ୍ୟ ବିଭାଗ ଘୋଷଣା କରିଛି ଯେ ଗତକାଲି ଅଧିକ ୧୫,୧୫୨ ଜଣଙ୍କୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତଙ୍କୁ ଚିହ୍ନଟ ପ୍ରଥମଥର ଦେଖିବାକୁ ମିଳିଛି । ଏବେ କରୋନା  ଅକା୍ରାନ୍ତଙ୍କ ସଂଖ୍ୟା ୬୦,୩୬୦ ପହଞ୍ଚିଛି । ଚୀନର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ପୂର୍ବରୁ କେବଳ କରୋନା ଭାଇରସ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଭାବେ କରାଯାଉଥିବା ଟେଷ୍ଟରେ କେହି ପଜିଟିଭ ମିଳିଲେ, ତାହାକୁ କରୋନା ଆକ୍ରାନ୍ତ ଭାବେ ବିବେଚନା କରାଯାଉଥିଲା । କିନ୍ତୁ ଏବେ ସରକାର କରୋନା ଆକ୍ରାନ୍ତ ବ୍ୟକ୍ତିର ସଂଜ୍ଞା ବଦଳାଇ ଦେଇଛନ୍ତି । ଏହା ଯୋଗୁଁ ଯେଉଁମାନଙ୍କ ଠାରେ କରୋନା ଭାଇରସ ସଂକ୍ରମଣ ଜନିତ ଲକ୍ଷଣ ପ୍ରକାଶ ପାଉଥିବ ମାତ୍ର ସେମାନଙ୍କ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯାଇନଥିବ ସେମାନଙ୍କୁ ବି କରୋନା ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଉଛି ।

     

    Maximum 500 characters

    ଦେଶ ବିଦେଶ View all

    Find Us on Facebook