Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡାଏମଣ୍ଡ ପି୍ରନ୍ସସେସ ଜାହାଜରେ ୩୭୦୦ ବନ୍ଦୀ

    Share on :
    ajab-Image
    Date: Feb 14, 2020    Views: 4508

    ଟୋକିଓ: ଜାପାନର ୟୋକୋହାମାସ୍ଥିତ ସମୁଦ୍ର ତଟରେ ନିର୍ବାସନରେ ଥିବା କ୍ରୁଜ ଜାହାଜ ‘ଡାଏମଣ୍ଡ ପି୍ରନ୍ସସେସ’ରେ ଏବେ ସାଂଘାତିକ ସ୍ଥିତି । ଚୀନର ଓହାନ ସହରରେ କରୋନା ଭାଇରସକୁ ନେଇ ରହିଥିବା ପ୍ରାଣଘାତୀ ସ୍ଥିତିଠୁ ଏହା ବଳି ଯାଇଛି । ଜାହାଜ ମଧ୍ୟରେ ସୁସ୍ଥ ଥିବା ଯାତ୍ରୀମାନେ ଧୀରେ ଧୀରେ କରୋନା ଅାଁକୁ  ଚାଲିଯାଉଛନ୍ତି । ସେମାନେ ବଞ୍ଚିବା ପାଇଁ ଆର୍ତ୍ତ ଚିକ୍ରାର କରୁଛନ୍ତି । ସୁସ୍ଥ ଥିବାରୁ ଛାଡ଼ିଦେବା ପାଇଁ କାକୁତିମିନତି କରୁଛନ୍ତି । କିନ୍ତୁ ସେମାନଙ୍କୁ ଯିବାକୁ ଆଉ ଦିଆଯାଉନାହିଁ । ଫଳରେ ସେମାନେ ମୃତୁ୍ୟକୁ ପାଖରୁ ଜଳଜଳ ଦେଖିବାଲେ ଲାଗିଛନ୍ତି । ଡାଏମଣ୍ଡ ପି୍ରନ୍ସସେ ଏବେ କରୋନା ଭୂତାଣୁର ଏକ ଜେଲ ଏବଂ ସେମାନଙ୍କ ଶେଷ ଠିକଣା ବୋଲି ସେମାନେ ଭାବିବା ଆରମ୍ଭ କରିଦେଲେଣି ।
    ଡାଏମଣ୍ଡ ପି୍ରନ୍ସସେସ ଜାହାତରେ ଥିବା ଯାତ୍ରୀ ଓ କି୍ରଉ ସଦସ୍ୟଙ୍କ ପରିବାର ସଦସ୍ୟଙ୍କ ମଧ୍ୟରେ ଭୟ ବଢ଼ିବାରେ ଲାଗିଛି । ସେମାନେ ନିଜ ଲୋକଙ୍କୁ ଆଉ ଫେରିପାଇବେ କି ନାହିଁ, ତାହାକୁ ନେଇ ସେମାନେ ଆଶଙ୍କିତ । କେହି କେହି ଜାପାନ ସରକାରଙ୍କୁ ଚିଠି ଲେଖି ପ୍ରାର୍ଥନା କରିଛନ୍ତି, ତ କିଏ ଜାହାଜ କର୍ତ୍ତୃପକ୍ଷଙ୍କ ନିକଟରେ ମୁଣ୍ଡ ବାଡ଼ଉଛନ୍ତି । କିନ୍ତୁ କେହି ସେମାନଙ୍କ ମନର ବେଦନା ଶୁଣିବାକୁ ନାରାଜ । ତା ଛଡ଼ା ସେମାନେ ବି ନିରୁପାୟ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook