ମୁଖ୍ୟ ଖବର
ଭୁବନେଶ୍ୱର: ୨୦୧୩-୧୪ ଶିକ୍ଷାବର୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯିବ । ଏ ସମ୍ପର୍କରେ ଗତବର୍ଷ ଡିସେମ୍ବର ୯ ତାରିଖରେ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗାଯାଇଥିଲା । ଫେବୃୟାରୀ ୧୫ ସୁଦ୍ଧା ରିପୋର୍ଟ ପଠାଇବାକୁ ନିଦେ୍ର୍ଧଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୨୦ଟି ଜିଲ୍ଲାର ଶିକ୍ଷା ଅଧିକାରୀ ସବିଶେଷ ତଥ୍ୟ ପ୍ରଦାନ କରିନାହାନ୍ତି । ଏହାକୁ ନେଇ ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶାଳୟ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ବଲାଙ୍ଗୀର, ବାଲେଶ୍ୱର, ବାଲେଶ୍ୱର, ଭଦ୍ରକ, ବରଗଡ଼ କଟକ, ଦେବଗଡ଼, ଢେ଼ଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, ଖୋର୍ଦ୍ଧା, କୋରାପୁଟ, କେନ୍ଦୁଝର, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼, ନୂଆପଡ଼ା, ରାୟଗଡ଼ା ଓ ସୋନପୁର ଜିଲ୍ଲାର ଶିକ୍ଷା ଅଧିକାରୀ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ସବିଶେଷ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ୨୫ ତାରିଖ ସୁଦ୍ଧା ପ୍ରଦାନ କରିବାକୁ କୁହାଯାଇଛି ।
Comments ସମସ୍ତ ମତାମତ