Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଖେଳାଳିଙ୍କ ପାଇଁ ରେଳ ଟିକେଟ ରିହାତି ବନ୍ଦ

    Share on :
    ajab-Image
    Date: Jan 6, 2021    Views: 3124

    ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଦେଶରେ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ଏସଓପି ଜାରି ହୋଇଥିଲା ବେଳେ ରେଳ ମନ୍ତ୍ରାଳୟ ଦ୍ୱାରା ଆରମ୍ଭରୁ ବ୍ୟତିକ୍ରମ କରାଯାଇଛି । ସୂତ୍ର ଅନୁଯାୟୀ ଜାତୀୟ ପ୍ରତିଯୋଗିତା ବ୍ୟତୀତ ସର୍ବଭାରତୀୟ କିମ୍ବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଉଥିବା ଖେଳାଳି କିମ୍ବା ଦଳ ଗୁଡ଼ିକୁ ମିଳୁଥିବା ରେଳ ଟିକେଟ ରିହାତିକୁ ବନ୍ଦ କରି ଦିଆଯାଇଛି । ଖେଳାଳିମାନଙ୍କୁ ଯଦି ଟିକେ ରିହାତି ନ ମିଳେ େତେବ ଆଗାମୀ ଦିନରେ ପ୍ରତିଯୋଗିତା ଆୟୋଜନରେ ଏହା ପ୍ରତିବନ୍ଧକ ସୃଷ୍ଟି କରିବ ବୋଲି ଭାରତୀୟ ଅଲିମ୍ପିକ୍ସ ସଂଘ (ଆଇଓଏ) ର ଅଧ୍ୟକ୍ଷ ନରିନ୍ଦର ଧ୍ରୁବ ବାତ୍ରା ଆଶଙ୍କା ବ୍ୟକ୍ତି କରିଛନ୍ତି । ପୂରା ରେଳ ଭଡ଼ା ଦେଇ ଖେଳାଳିମାନଙ୍କୁ ବିଭିନ୍ନ ପ୍ରତିଯୋଗିତାକୁ ପଠାଇବା କ୍ରୀଡ଼ା ସଂଘ ତଥା ରାଜ୍ୟ ଅଲିମ୍ପିକ୍ସ ସଂଘ ନିକଟରେ ସେତିକି ସମ୍ବଳ ନାହିଁ ବୋଲି ସେ କହିଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook